ଜୁନ ୧୭ ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା: ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା; ଛୁଟିରେ ପାଠପଢାରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

4,578

କନକ ବ୍ୟୁରୋ: ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା । ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ଛୁଟି ସମୟରେ ପଢାପଢି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ପିଜି ଏକକ ପ୍ରବେଶିକା ପରୀକ୍ଷା କୁଳପତି ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ।ଶିକ୍ଷା ବ୍ୟବସ୍ଥାର ସାଂପ୍ରତିକ ସ୍ଥିତିକୁ ନେଇ ୟୁଜିସି ୭ ଜଣିଆ କମିଟି କରିଛି । ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଅରୁଣ ସାହୁ କହିଛନ୍ତି ।

ଏଥି ସହିତ ହିଁ ଆସନ୍ତା ୨୦ ତାରିଖରୁ ଉଚ୍ଚ ଶିକ୍ଷା ବିଭାଗର ଗ୍ରୁପ ଏ ଅଫିସରମାନେ ଆସିବା ବାଧ୍ୟତାମୂଳକ ବୋଲି କହିବା ସହ ଗ୍ରୁପ ସି ଏବଂ ଡି କର୍ମଚାରୀମାନେ ଅଳ୍ପ ସଂଖ୍ୟାରେ ଆସିବେ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।