ଆଗକୁ ଆସୁଛି ପରୀକ୍ଷା ଋତୁ ! ଜାଣନ୍ତୁ କିପରି କରିବେ ପ୍ରସ୍ତୁତି । ଯାହା ଆପଣଙ୍କ ଭବିଷ୍ୟତକୁ ସୁଧାରିବାରେ ସାହାଯ୍ୟ କରିବ

65

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ସମୟ ଆରମ୍ଭ ହୋଇଯାଇଛି । ଛାତ୍ରଙ୍କ ଚିନ୍ତା ଦୂରକରିବା ଏବଂ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କିଛି ଟିପ୍ସ ଦେଇଛନ୍ତି । କେବିଏସିର ଅତିରିକ୍ତ କମିଶନର ୟୁଏନ ଖବାରେ ଛାତ୍ରଙ୍କୁ ଏକ ପତ୍ର ଲେଖିଛନ୍ତି । ସେଥିରେ ସେ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି ଏବଂ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ପତ୍ରରେ ସେ ଲେଖିଛନ୍ତିଯେ ସମୟ ପ୍ରତି ଧ୍ୟାନ ଦେବା ଉଚିତ । ପରୀକ୍ଷା ଚିନ୍ତା ସ୍ୱଭାବିକ ଘଟଣା କିନ୍ତୁ ଅସ୍ତବ୍ୟସ୍ତ ହେବାପାଇଁ ସେ ମନା କରିଛନ୍ତି । ସକରାତ୍ମକ ଚିନ୍ତାଧାରା ରଖିବା ଏବଂ ଖୁସିରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଚିନ୍ତା ଦୂରକରିବା ପାଇଁ ସେ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବ ବର୍ଷର ପ୍ରଶ୍ନକୁ ଅଭ୍ୟାସ କରିବା ଏବଂ ଭୁଲକୁ ମଧ୍ୟ ସୁଧାରିବା କଥା ସେ ଲେଖିଛନ୍ତି । ଏହା ସହିତ ଲେଖାଶୈଳୀ ପ୍ରତି ଧ୍ୟାନ ରଖିବା କଥା ମଧ୍ୟ ସେ ଲେଖିଛନ୍ତି ।

ଏହା ବ୍ୟତୀତ ପରୀକ୍ଷାକୁ ଯିବା ପୂର୍ବରୁ ଆଉ କିଛି ଟିପ୍ସ ମନେରଖନ୍ତୁ :

ପରୀକ୍ଷା ପୂର୍ବରୁ କିଛି ନୂଆ ପଢିବା ଅନୁଚିତ ।

ମନେ ରଖିବା କ୍ଷମତାକୁ ଯାଂଚ କରନ୍ତୁ ।

ସହଜ ଭାଷାରେ ନୋଟ ପ୍ରସ୍ତୁତ କରନ୍ତୁ ।

ପଢା ପାଇଁ ଟାଇମ ଟେବଲ ତିଆରି କରନ୍ତୁ ।

ଲେଖାରେ ସୁଧାର ଆଣନ୍ତୁ ।

୩ ଘଂଟାରେ ପୁରୁଣା ପ୍ରଶ୍ନର ଉତ୍ତର ଦେବାକୁ ଅଭ୍ୟାସ କରନ୍ତୁ ।

ମକ ଟେଷ୍ଟ କରି ନିଜେ ମୂଲ୍ୟାଙ୍କନ କରନ୍ତୁ ।