ପରୀକ୍ଷାର ଠିକ ପୂର୍ବରୁ ଦେଖନ୍ତୁ ଫେସବୁକ ! ନିଶ୍ଚିତ ଆସିବ ଭଲ ଫଳ

43

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ସାବ୍ୟସ୍ତ ହୋଇଛି ପରୀକ୍ଷା ପୂର୍ବରୁ ଯଦି ଆପଣ ନିଜର ଫେସବୁକ ଚେକ କରୁଛନ୍ତି, ତେବେ ଆପଣଙ୍କ ପରୀକ୍ଷାଫଳ ଅଧିକ ଭଲ ହୋଇପାରିବ । ଏହି ଅଧ୍ୟୟନ ଆମେରିକାର ୟୁଦିଭରସିଟି ଅଫ ଇଲିଓନିସରେ କରାଯାଇଛି ।

ଅଧ୍ୟୟନରେ ଅନୁସାରେ ଦାବି ହୋଇଛି ପରୀକ୍ଷାର ଠିକ ପୂର୍ବରୁ ଫେସବୁକ ଚେକ କଲେ ନା କେବଳ ଛାତ୍ରଙ୍କ ମନ ଭଲ ରହିବ, ଏହାସହ ତାଙ୍କର ପରୀକ୍ଷା ନେଇ ଚିନ୍ତା ମଧ୍ୟ ୨୧ ପ୍ରତିଶତ କମିଯିବ । ଯାହାଦ୍ୱାରା ପରୀକ୍ଷା ଫଳ ଉପରେ ପ୍ରଭାବ ପକାଇବ ।

ଫେସବୁକରେ ନିଜ ପୋଷ୍ଟରେ ଖୁବ ସାରା ଲାଇକ ଦେଖି ଛାତ୍ରମାନେ ବେଶ ଖୁସି ହୋଇଯାଆନ୍ତି ଏବଂ ଏମିତିରେ ତାଙ୍କ ପରୀକ୍ଷା ଡର କମ ହୋଇଯାଏ । କିନ୍ତୁ ଏସବୁ ସେହି ଛାତ୍ରମାନଙ୍କ କ୍ଷେତ୍ରରେ କମ ଦେଖିବାକୁ ମିଳେ ଯେଉଁମାନଙ୍କ ପୋଷ୍ଟରେ କମ ଲାଇକ ମିଳିଥାଏ । ଏହାସହ ଅଧ୍ୟୟନରୁ ଜଣାପଡିଛି ପରୀକ୍ଷା ଯୋଗୁଁ ୪୧ ପ୍ରତିଶତ ଛାତ୍ର ବିଷାଦଗ୍ରସ୍ତ ହେବା ସହ ବହୁତ ଚିନ୍ତିତ ଥାଆନ୍ତି ।