ଅମିତ୍ ଶାହାଙ୍କ ଟୁକଡେ ଟୁକଡେ ବୟାନକୁ ଯଶବନ୍ତ ସିହ୍ନାଙ୍କ କଟାକ୍ଷ । କହିଲେ, ସାବଧାନ-ଟୁକଡେ ଟୁକଡେ ଗ୍ୟାଙ୍ଗରେ ବିଜେପିର ଦୁଇ ସଦସ୍ୟ, ଦୁର୍ଯ୍ୟୋଧନ ଓ ଦୁଃଶାସନ

446

କନକ ବ୍ୟୁରୋ: ଚର୍ଚ୍ଚାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ଟ୍ୱିଟ୍ । ଅମିତ ଶାହାଙ୍କ ଟୁକଡେ ଟୁକଡେ ବୟାନକୁ କଟାକ୍ଷ କରିଛନ୍ତି ସିହ୍ନା । ଟ୍ୱିଟ କରି ଲେଖିଛନ୍ତି, ସାବଧାନ-ଟୁକଡେ ଟୁକଡେ ଗ୍ୟାଙ୍ଗରେ ବିଜେପିର ଦୁଇ ସଦସ୍ୟ, ଦୁର୍ଯ୍ୟୋଧନ ଓ ଦୁଃଶାସନ ଅଛନ୍ତି । ଗୁରୁବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ହିଂସା ପାଇଁ ବିରୋଧୀଙ୍କ ତୀବ୍ର ସମାଲୋଚନା କରିଥିଲେ ଅମିତ ଶାହ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅମିତ ଶାହା କହିଥିଲେ ଯେ, କଂଗ୍ରେସ ନେତୃତ୍ୱରେ ଟୁକଡେ ଟୁକଡେ ଗ୍ୟାଙ୍ଗ ଦିଲ୍ଲୀରେ ଅରାଜକତା ପାଇଁ ଦାୟୀ । ତାଙ୍କୁ ଦଣ୍ଡ ଦେବାର ସମୟ ଆସିଛି । ବାସ୍ ଏହା ପରେ ସିହ୍ନାଙ୍କ ନିଶାନାରେ ଶାହା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା । ଶାହାଙ୍କ ଟୁକଡେ ଟୁକଡେ ଗ୍ୟାଙ୍ଗ ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଜେପି ନେତା । ସିହ୍ନା ଟୁଇଟ କରି ଲେଖିଛନ୍ତି, ‘ଭାରତର ସବୁଠ ବିପଦଜନକ ଟୁକଡେ ଟୁକଡେ ଗ୍ୟାଙ୍ଗରେ କେବଳ ଦୁଇ ଜଣ ରହିଛନ୍ତି । ଦୁର୍ଯ୍ୟୋଧନ ଓ ଦୁଃଶାସନ । ଆଉ ସେମାନେ ବିଜେପିରେ ଅଛନ୍ତି, ତାଙ୍କ ପ୍ରତି ସତର୍କ ରହୁନ୍ତୁ ।’ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଅର୍ଥ ଓ ବୈଦେଶିକ ପରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦାୟିତ୍ୱରେ ରହିଥିବା ଯଶବନ୍ତ ସିହ୍ନା ଦୀର୍ଘ ସମୟ ଧରି ବିଜେପି ବିରୋଧରେ ବିଷ ଓଗାଳି ଆସୁଛନ୍ତି ।

ନାଗରିକତା ସଂଶୋଧନ ଆଇନ ବିରୋଧୀ ହିଂସା ପାଇଁ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ଅମିତ ଶାହ । ଗୁରୁବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ “ଦିଲ୍ଲୀର ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବା ଉଚିତ । କଂଗ୍ରେସ ନେତୃତ୍ୱରେ ଟୁକଡେ ଟୁକଡେ ଗ୍ୟାଙ୍ଗ ଦିଲ୍ଲୀରେ ଅରାଜକତା ପାଇଁ ଦାୟୀ । ତାଙ୍କୁ ଦଣ୍ଡ ଦେବାର ସମୟ ଆସିଛି” । ଦିଲ୍ଲୀର ଜନତା ଟୁକଡେ ଟୁକେଡ ଗ୍ୟାଙ୍ଗକୁ ଦଣ୍ଡ ଦେବା ଉଚିତ ବୋଲି ସମାରୋହରେ କହିଥିଲେ ଅମିତ ଶାହା । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବରିଷ୍ଠ ନେତା ଯଶୋବନ୍ତ ସିହ୍ନା ଟୁଇଟ କରି ବିଜେପିର ଦୁଇ ଶ୍ରେଷ୍ଠ ନେତାଙ୍କୁ ଟାର୍ଗେଟ କରିଛନ୍ତି ।

ବାଜପେୟୀ ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଯଶବନ୍ତ ସିହ୍ନା ବିଜେପିରୁ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକ୍ରମଣାତ୍ମକ ହୋଇପଡିଛନ୍ତି । ଏପରିକି ଲୋକସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ବିଭିନ୍ନ ଯୋଜନାକୁ ମଧ୍ୟ ସମାଲୋଚନା କରିଛନ୍ତି ସିହ୍ନା । ଏପରିକି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆୟୋଜିତ କରିଥିବା ବିରୋଧୀ ସମାରୋହରେ ଯଶବନ୍ତ ସିହ୍ନା ଯୋଗଦେଇ ମୋଦିଙ୍କୁ ଟାର୍ଗେଟ କରିଥିବା ନଜର ଆସିଲେ । ତେବେ ଦଳର ପୂର୍ବତନ ବରିଷ୍ଠ ସଦସ୍ୟ ଏଭଳି ମନ୍ତବ୍ୟ ଦେଇ ଗେରୁଆ ଅଙ୍କକୁ ଗୋଳିଆ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।