ପ୍ରଧାନମନ୍ତ୍ରୀଙ୍କ ପୁସ୍ତକଦାନ ! ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୩,୫୦୦ ଖଣ୍ଡ ବହି ଦାନ କଲେ ।

53

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜ ବ୍ୟକ୍ତିଗତ ଗ୍ରନ୍ଥାଗାରରୁ ୩,୫୦୦ ଖଣ୍ଡ ବହି ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ଦାନ କରିଛନ୍ତି । ସୁଚନାନୁସାରେ ଶ୍ରୀଯୁକ୍ତ ସିଂହ ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ରହି ଆସିଛନ୍ତି । ନିକଟରେ ଏହି ଖବର ଜଣେ ଅଧ୍ୟକ୍ଷ ଗଣମାଧ୍ୟମକୁ ଦେଇଛନ୍ତି । ଅଧିକାରୀଙ୍କ କହିବାନୁସାରେ ନୂଆଦିଲ୍ଲୀରୁ ପୁସ୍ତକ,ସ୍ମୃତି ଚିତ୍ର,ଚିତ୍ର ଆଦିକୁ ବିଶ୍ୱବିଦ୍ୟାଳୟକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ୩,୫୦୦ ଖଣ୍ଡ ବହି ଏବଂ ଅନ୍ୟ ଶିକ୍ଷଣୀୟ ବସ୍ତୁ ବିଶ୍ୱବିଦ୍ୟାଳୟ ପରିସର ଗୁରୁ ତେଗ ବାହାଦୁର ଭବନରେ ରହିବ । ସୁଚନା ମୁତାବକ ମନମୋହନ ସିଂହ ୧୯୫୦ ମସିହାରେ ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ର ରହିବା ସହ ୩୨ ବର୍ଷ ବୟସରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପକ ମଧ୍ୟ ରହିସାରିଛନ୍ତି । ୧୯୮୩ ମସିହାରେ ଉକ୍ତ ବିଶ୍ୱବିଦ୍ୟାଳୟ ତାଙ୍କୁ “ଡକ୍ଟର ଅଫ୍ ଲେଟର” ଉପାଧିରେ ଅଭିଷିକ୍ତ କରିଥିଲା । ୨୦୦୪ ରୁ ଆରମ୍ଭ କରି ୨୦୧୪ ପର୍ଯ୍ୟନ୍ତ ସେ ଭାରତର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ ।