ଓଡିଆ ଅଫିସରଙ୍କ ବଦାନ୍ୟତା ! କର୍କଟ ରୋଗୀଙ୍କ ସେବାରେ ବିତାଉଛନ୍ତି ଅବସର ଜୀବନ

35

ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକ ଅବସର ପରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଅଭିନବ ପଦକ୍ଷେପ ନେଇଛନ୍ତି । ଏହ ଅଧକାରୀ ଜଣକ ଏବେ ତାଙ୍କର ଅଧିକାଂଶ ସମୟ କ୍ୟାନସର ରୋଗୀଙ୍କ ସହ କଥା ହୋଇ ତାଙ୍କର ଉପଚାର ପାଇଁ ଉପାୟ ଖୋଜୁଛନ୍ତି । ମହାରାଷ୍ଟ୍ର ପୋଲିସରେ ୩୬ ବର୍ଷ କାର୍ଯ୍ୟକାଳ ପରେ ସେ ୨୦୧୫ ଡିସେମ୍ବରରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ କୋଣାର୍କ କ୍ୟାନସର ଫାଉଣ୍ଡେସନ ସହ ଯୋଡି ହୋଇ ଯାଇଛନ୍ତି ।

ଶ୍ରୀ ପଟ୍ଟନାୟକ ୨୦୦୪ରେ କୋଣାର୍କ କ୍ୟାନସର ଫାଉଣ୍ଡେସନକୁ ପଞ୍ଜୀକୃତ କରାଇଥଲେ । କିନ୍ତୁ ସମୟ ଅଭାବରୁ ସେ ଏହି ଅନୁଷ୍ଠାନରେ ମନ ଦେଇପାରୁନଥିଲେ । ତେଣୁ ଅବସର ପରେ ସେ ତାଙ୍କର ପୁରା ସମୟ କ୍ୟାନସର ରୋଗୀଙ୍କ ସେବାରେ ଲଗାଉଛନ୍ତି । ଶ୍ରୀ ପଟ୍ଟନାୟକ ଓଡିଶାରୁ ହୋଇଥିବାରୁ,ଏହି ଫାଉଣ୍ଡେସନ ଓଡିଶାର ଲୋକଙ୍କୁ ବହୁତ ସାହଯ୍ୟ କରିଛି ।

ଓଡିିଶାରୁ ଆସୁଥିବା ଲୋକଙ୍କୁ କୋନାର୍କ ଫାଉଣ୍ଡେସନ ଶାରୀରିକ,ମାନସିକ ସ୍ତରରେ ସାହାଯ୍ୟ କରୁଛି । ଏହାସହ ସେ କହିଛନ୍ତି ମୁମ୍ବାଇର ଟାଟା ମେମୋରିଆଏ ମେଡିକାଲ ବାହାରେ ଶହ ଶହ କର୍କଟ ରୋଗୀ ଦୟନୀୟ ଅବସ୍ତାରେ କାଳ କାଟୁଥାଆନ୍ତି । ସେହି ରାସ୍ତାରେ ଅପେକ୍ଷା କରିଥିବା ରୋଗୀଙ୍କ ପାଇଁ ଅସ୍ଥାୟୀ ଭାବେ ରହିବା ଓ ଖାଇବା ବ୍ୟବସ୍ଥା କରିବା ତାଙ୍କ ଅନୁଷ୍ଠାନର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

                                                              ( ସୌଜନ୍ୟ-ଦ ହିନ୍ଦୁ )