ବିଜେପିରେ ସାମିଲ ହେଲେ ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ । ୨୦୦୯ରେ ବିଜେଡି ଟିକେଟରେ ହୋଇଥିଲେ ବିଜୟୀ

286

କନକ ବ୍ୟୁରୋ : ପଦ୍ମ ଧରିଲେ ପୂର୍ବତନ ସାଂସଦ । ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ବିଜେପିରେ ଏଣ୍ଟ୍ରି ମାରିଛନ୍ତି । ଗଲା କିଛି ଦିନ ହେବ ବିଜେପି ଅନ୍ୟ ଶିବିରର ନେତାଙ୍କୁ ଆମଦାନୀ କରିବାରେ ଲାଗିଛି । ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛି ଲକ୍ଷ୍ମଣଙ୍କ ନାଁ ।

୨୦୦୯ରେ ବିଜେଡି ଟିକେଟରୁ ମୟୂରଭଞ୍ଜରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଲକ୍ଷ୍ମଣ । ତେବେ ୨୦୧୪ରେ ତାଙ୍କୁ ପୁର୍ନବାର ମିଳିନଥିଲା ଟିକେଟ । ତେଣୁ ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଗତ ଅକ୍ଟୋବର ୨୦୧୮ରେ ବିଜେଡିକୁ ବାଏ ବାଏ କରିଥିଲେ । ସେତେବେଳେ ନିଜର ରାଜନୈତିକ ଭବିଷ୍ୟତକୁ ଆଗକୁ ନେବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା( ଜେଏମଏମ)ରେ ଯୋଗ ଦେଇଥିଲେ ଲକ୍ଷ୍ମଣ ।

ଜେଏମଏମର ଯୋଗ ଦେବାର ଦିନ କେଇଟା ନ ବିତୁଣୁ ପଦ୍ମ ପୋଖରୀକୁ ଲମ୍ଫ ମାରିଛନ୍ତି ଲକ୍ଷ୍ମଣ । ଟିକେଟ ଆଶାରେ ଲକ୍ଷ୍ମଣ ବିଜେପିରେ ଯୋଗଦେଇଥିବା ବେଳେ ବାରମ୍ବାର ଦଳ ବଦଳ କରୁଥିବା ନେତାଙ୍କୁ ଭୋଟର ଭରସାକୁ ନେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ।