ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍ ପଟେଲ ହେବେ ରାଜ୍ୟପାଳ ! ମଧ୍ୟପ୍ରଦେଶର ନୂଆ ରାଜ୍ୟପାଳ ଭାବେ ନେବେ ଦାୟିତ୍ୱ

43

କନକ ବ୍ୟୁରୋ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଆନନ୍ଦିବେନ ପଟେଲଙ୍କୁ ଆଜି ମଧ୍ୟପ୍ରଦେଶର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବ । ସୂଚନା ଥାଉ କି, ୨୯୦୧୬ରେ ମଧ୍ୟପ୍ରଦେଶର ତତ୍କାଳୀନ ରାଜ୍ୟପାଳ ରାମନରେଶ ଯାଦବଙ୍କ ପରଲୋକ ଘଟିବାରୁ ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲିଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ନୂତନ ରାଜ୍ୟପାଳ ଭାବେ ଆନନ୍ଦିବେନ୍ଙ୍କୁ ନିଯୁକ୍ତ କରାଯିବା ନେଇ ଆଜି ବିଧିବଦ୍ଧ ଘୋଷଣା କରାଯାଇଛି। ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେବା ପରେ ଆନନ୍ଦିବେନଙ୍କୁ ବିଜେପି ପକ୍ଷରୁ କୌଣସି ଏକ ବଡ଼ ପଦବି ଦିଆଯିବା ନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଆଜିର ନିଯୁକ୍ତି ପରେ ତାହା ସ୍ପଷ୍ଟ ହୋଇଛି ।