ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର ! ଭୁବନେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର

37

କନକ ବ୍ୟୁରୋ: ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ୨୦ ତାରିଖରେ ସେ ପଦରୁ ଅବସର ନେଇଥିଲେ । ଏହାପରେ ସେ ଆଜି ଓଡିଶାରୁ ବିଦାୟ ନେଇଛନ୍ତି । ଜମିରଙ୍କ ସ୍ଥାନର ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସତ୍ୟପାଲ ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସକାଳ ୯ଟା ୫୦ ମିନିଟ୍ ସମୟରେ ବିଦାୟୀ ରାଜ୍ୟପାଳ ଡ. ଜମୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ପହଞ୍ଚିଥିଲେ । ବିମାନବନ୍ଦରର ୨ ନମ୍ବର ଟର୍ମିନାଲ ଠାରେ ଡ. ଜମୀରଙ୍କୁ ଓଡ଼ିଶା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିମାନବନ୍ଦର ଠାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର-କଟକ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ପ୍ରମୁଖ ଡ. ଜମୀରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସକାଳେ ୧୦ଟା ୧୦ ମିନିଟ୍ ସମୟରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଜମୀର ଇଣ୍ଡିଗୋ ବିମାନଯୋଗେ କୋଲକାତା ଯାତ୍ରା କରିଛନ୍ତି।