ନିଜ ଦେହରେ ଛୁରି ଭୁଷିବା ପରେ କେମିତି ପେଟ୍ରୋଲ ଢ଼ାଳି ଜଣେ ଆତ୍ମହତ୍ୟା କରିବ ! ଉନ୍ମୟ ପାଢ଼ୀ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସନ୍ଦେହ କଲେ ପୂର୍ବତନ ପୋଲିସ ଡ଼ିଜି

38

କନକ ବ୍ୟୁରୋ : ହତ୍ୟା ନୁହେଁ ଆତ୍ମହତ୍ୟା କହି ବହୁଚର୍ଚ୍ଚିତ ଉନ୍ମୟ ପାଢ଼ୀ ମୃତ୍ୟୁ ମାମଲାରେ ପୁଲିସ୍ ପୂର୍ଣ୍ଣଚ୍ଚେଦ ପକାଇ ଦେଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ ପୁଲିସ୍ ଡିଜି ସଂଜୀବ ମାରିକ୍ । ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ମାରିକ୍ । କହିଛନ୍ତି- ଜଣେ ବ୍ୟକ୍ତି ନିଜ ହାତରେ ଛୁରୀ ଭୁଷିବା ପରେ, କେମିତି ପେଟ୍ରାଲ ଢାଳି ହୋଇ ନିଆଁ ଲଗାଇଲା ।

ଉନ୍ମୟ ପାଢ଼ୀ ଘଟଣାରେ ପୁଲିସ କମିଶନରଙ୍କ ଯୋଗେଶ ବାହାଦୂର ଖୁରାନିଆଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ପୁଲିସ ଡିଜି ସଂଜୀବ ମାରିକ । ବହୁଚର୍ଚ୍ଚିତ ଉନ୍ମୟ ପାଢୀ ମୃତ୍ୟୁ ଘଟଣାକୁ ପୁଲିସ ଆତ୍ମହତ୍ୟାର ରୁପ ଦେଇ ମାମଲାରେ ଡୋରି ବାନ୍ଧିବାକୁ ବସିଥିବା ବେଳେ, ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ କରିଛନ୍ତି ମାରିକ । ଉନ୍ମୟ ପାଢୀ ଘଟଣା ଆଦୌ ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରଶ୍ନ ଉଠାଇଛନ୍ତି । ଜଣେ ବ୍ୟକ୍ତି ନିଜ ହାତରେ ଛୁରୀ ଭୁଷିବା ପରେ, ପେଟ୍ରାଲ ଢାଳି ହୋଇ ନିଆଁ ଲଗାଇବା ସଂପୁର୍ଣ୍ଣ ଅସମ୍ଭବ ବୋଲି ଯୁକ୍ତି କରିଛନ୍ତି ।

ଏହି ଘଟଣାକୁ ନେଇ ଉପରିସ୍ଥ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ମୃତ ଉନ୍ମୟଙ୍କ ଓକିଲ । ପୁଲିସ ଏହି ଘଟଣାରେ ଆତ୍ମହତ୍ୟା ସମ୍ବଳିତ କଣ ସବୁ ପ୍ରମାଣ ହାତେଇଛି ସେନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଯଦି ଉନ୍ମୟଙ୍କ ଦେହରେ ଲାଗିଥିବା ଛୁରୀ ପୁଲିସ ଜବତ କରିଛି ତେବେ ପୋଟ୍ରାଲ ଆଣିଥିବା ପାତ୍ର ଏବଂ ନିଆଁ ଲଗାଇଥିବା ଦିଆସିଲି ଆଦି କାହିଁକି ଜବତ କରାଯାଇନି । ତଦନ୍ତରେ ଫେଲ୍ ମାରିଥିବା ପୁଲିସ ଏହାକୁ ଆତ୍ମତ୍ୟାର ରୁପ ଦେଉଛି ବୋଲି ସେ କହିଛନ୍ତି । ଉନ୍ମୟ ପାଢୀ ମୃତ୍ୟୁ ଘଟଣାକୁ ପୁଲିସ ଆତ୍ମହତ୍ୟାର ରୁପ ଦେଇ ସାରିଥିବା ବେଳେ, ଜନ ସାଧାରଣ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।