ପରଲୋକରେ ପୂର୍ବତନ ଅଗ୍ନିଶମ ବିଭାଗ ଡିଜି ବିନୟ ବେହେରା ! ଅକ୍ଟୋବର ୩୧ରେ ଚାକିରିରୁ ନେଇଥିଲେ ଅବସର

51

କନକ ବ୍ୟୁରୋ :  ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ପୂର୍ବତନ ଡିଜି ବିନୟ ବେହେରାଙ୍କ ପରଲୋକ ।ଭୁବନେଶ୍ୱରର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୧୯୮୨ ବ୍ୟାଚର ଆଇପିଏସ ଅଫିସର ବିନୟ ବେହେରା ଗତ ଚଳିତବର୍ଷ ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ । ସେ ଟ୍ୱିନ ସିଟିର ପ୍ରଥମ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ଅଗ୍ନିଶମ ବିଭାଗର ଦାୟିତ୍ୱ ତୁଲାଇବା ପୂର୍ବରୁ ସେ ରାଜ୍ୟ ସଡକ ପରିବହନ ନିଗମରେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ଯେତେବେଳେ ରାଜ୍ୟ ସଡକ ପରିବହନ ନିଗମ ଅତି ରୁଗଣ ଅବସ୍ଥାରେ ଥିଲା ସେତେବେଳେ ଏହାର ନବକଳେବର କରିଥିଲେ ବିନୟ ।

୧୯୮୨ ମସିହାରେ ଆଇପିଏସ ଚାକିରିକୁ ଆସିବା ପୂର୍ବରୁ ସେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟିଡେ ଓ ବ୍ୟାକିଙ୍ଗ ସେକ୍ଟରରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ତାଙ୍କର ଖ୍ୟାତି ରହିଛି । ବିଭିନ୍ନ ଜିଲ୍ଲାରେ ସେ କାଯ୍ୟ କରିଛନ୍ତି । ତାଙ୍କ ବିୟୋଗରେ ପୂରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।