କନକ ବ୍ୟୁରୋ: ବିଜେଡିରେ ଯୋଗଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ ହୋଇଛନ୍ତି । ଗଜପତିର ମୋହନାରୁ ଦୁଇଥର ବିଧାୟକ ହୋଇଥିଲେ ଚକ୍ରଧର ପାଇକ । ୨୦୦୯ରୁ ୨୦୧୪ ମଧ୍ୟରେ ସେ ବିଧାନସଭାର ଉପନେତା ବି ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ବିଜେଡ଼ିରେ ଯୋଗଦେବା ପରେ ମୋହନା ଅଞ୍ଚଳରେ ନିର୍ବାଚନୀ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିଜେଡ଼ିରେ ସାମିଲ ହୋଇ ଘରବାହୁଡ଼ା ଭଳି ଲାଗୁଛି ବୋଲି କହିଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ସମର୍ଥିତ କାର୍ଯ୍ୟକାଳାପ ଏବଂ ସୁଃଶାସନ ଓଡ଼ିଶାର ବିକାଶ ପଥରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଏହାକୁ ସଫଳ କରାଇବାକୁ ଆମ୍ଭେମାନେ ଦାୟିତ୍ୱ ତୁଲାଇବୁ ବୋଲି ବିଜେଡ଼ିରେ ସାମିଲ ହୋଇଥିବା ଅବସରରେ କହିଛନ୍ତି ଚକ୍ରଧର ।
ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ବିଜେଡ଼ି ତା’ର ସ୍ଥିତିକୁ ମଜଭୁତ କରିବା ପାଇଁ ଉଦ୍ୟମ ଚଳାଉଥିବାବେଳେ ଗଜପତି ମୋହନା ନିର୍ବାଚନ ମଣ୍ଡଳୀର ଏହି ପୂର୍ବତନ କଂଗ୍ରେସ ବିଧାୟକ ଆଜି ଶଙ୍ଖ ଧରିଛନ୍ତି । ଯାହାକି ବିଜେଡ଼ିକୁ ଆଗାମୀ ନିର୍ବାଚନରେ ଫାଇଦା ଦେବା ସହ କଂଗ୍ରେ ଏବଂ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ ରାଜନନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।