କେବେ ଆଭିଜାତ୍ୟର ଜୀବନ ଜିଉଁଥିଲେ , ଆଜି ରାସ୍ତାରେ ଭିକ ମାଗୁଛନ୍ତି ଅଫିସର ପରିବାର !

542

ଲୋକ କୁହନ୍ତି ସମୟର ଗୁଲାମ ମହାରଥି ମଧ୍ୟ ହୋଇଥାନ୍ତି । ସମୟ ଠାରୁ ଆଜି ଯାଏଁ କେହି ବଳବାନ ହୋଇନାହାନ୍ତି ନା ଆଗକୁ ହୋଇପାରିବେ । ସମୟର ଜାଲରେ କେବେ ରାଜା ଯେ ରଙ୍କ ହୋଇଯିବ ତାହା କେହି କହିପାରିବେ ନାହିଁ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ । ଗୋମତୀନଗର ହସ୍ପିଟାଲରେ କେବେ ମୁଖ୍ୟ ମେଡିକାଲ୍ ଅଫିସର ଭାବେ ପଦସ୍ତ ଥିବା ଅଫିସରଙ୍କ ପରିବାର ଏବେ ଭିକ୍ଷା ମାଗି ଜୀବନ ଜିଉଁଛି । ଭଙ୍ଗା ଘରେ ଅଫିସରଙ୍କ ପରିବାରର ଦୁଇ ମହିଳା ସଦସ୍ୟା ଦୟନୀୟ ଅବସ୍ଥାରେ ବହୁ ସମୟରୁ ରହି ଆସୁଛନ୍ତି । ତାଙ୍କ ଦୁଇ ଝିଅ ରାଧା ଏବଂ ମାଣ୍ଡବୀ ଏହି ଭଙ୍ଗା ଘରେ ରହି ଆସୁଛନ୍ତି ।

ସ୍ମାତକ ହାସଲ କରିଥିବା ଏହି ଦୁଇ ଭଉଣୀଙ୍କ ପିଲାଦିନ ବହୁ ଜାକଜମକରେ କଟିଥିବା ବେଳେ ବର୍ତ୍ତମାନର ସମୟ ଅତି ଦୁର୍ଦ୍ଦିନରେ କଟୁଛି । ଏକ କାର୍ ଦୂର୍ଘଟଣାରେ ଘରର ମୁରବୀଙ୍କ ମୃତ୍ୟୁ ହେବା ପରେ ଦୁଇ ଭଉଣୀ ପାଗଳ ହୋଇଯାଇଥିଲେ ଯାହାଦ୍ୱାରା ଚାକିରୀ କରିବାକୁ ଇଚ୍ଛା ଥିଲେ ମଧ୍ୟ ସେ ଅଧିକ ସମୟ କର୍ମ କ୍ଷେତ୍ରରେ ତିଷ୍ଠି ରହି ପାରୁନଥିଲେ । ଦିନ ଗଡିବା ପରେ ଦୁଇ ଭଉଣୀ ପେଟକୁ ଦାନା ଯୋଗାଡ କରିବା ପାଇଁ ଭିକ ମାଗିବାକୁ ଲାଗିଲେ । ବର୍ତ୍ତମାନ ରୋଟୀ ବ୍ୟାଙ୍କ ନାମକ ଏକ ଟିମ୍ ଏହି ଦୁଇ ଭଉଣୀଙ୍କୁ ଖାଦ୍ୟ ଯୋଗାଇବା ସହ ଯତ୍ନ ମଧ୍ୟ ନେଉଛି ।