ବ୍ୟସ୍ତ ହେଉଛନ୍ତି ନେତା, ହେଲେ ହାଇକମାଣ୍ଡ ନିରବ ! ପିସିସି ପଦକୁ ନେଇ ରାହୁଲଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ହେମାନନ୍ଦ

20

କନକ ବ୍ୟୁରୋ : କଂଗ୍ରେସରେ ଚର୍ଚା, କଥା ଶୁଣିଲେନି ରାହୁଲ । ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଜୋରଦାର ଚର୍ଚାକୁ ଥଣ୍ଡା କରିଦେଇଛି, ଏଆଇସିସିର ନିଷ୍ପତି । ଯେଉଁଥିରେ ସ୍ପଷ୍ଟ ହୋଇଛି ପରବର୍ତି ନିଷ୍ପତି ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ହିଁ ପିସିସି ସଭାପତି ରହିବେ । ଏଆଇସିସିର ଏଭଳି ନିଷ୍ପତି ପରେ ସଭାପତି ପଦ ନେଇ ଦ୍ୱନ୍ଦରେ ପଡିଯାଇଛି କଂଗ୍ରେସ ।

congress meetingଏଆଇସିସି ଅଧ୍ୟକ୍ଷ ରାଜ୍ୟ ନେତାଙ୍କୁ ଦେଇଥିବା ପ୍ରତିଶୃତି ରଖିଲେ ନାହିଁ । ସାମୁହିକ ଦାୟିତ୍ୱ ଦେବେ ବୋଲି କହି ଭିନ୍ନ ନିଷ୍ପତି ନେଲେ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ବାବଦରେ କିଛି ଏଭଳି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ନେତୃତ୍ୱ ପରିବର୍ତନ ଦାବି ଜୋର ଧରିବା ପରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ନେତାମାନଙ୍କୁ ଦିଲ୍ଲୀ ଡାକି ଆଲୋଚନା କଲେ । ହେଲେ ଠୋସ ପଦକ୍ଷେପ ନେଲେନି । ପରବର୍ତି ନିଷ୍ପତି ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ରହିବେ ବୋଲି ଏଆଇସିସିରୁ ପ୍ରେସ ରିଲିଜ୍ ଆସିବା ପରେ ଏବେ ଦ୍ୱନ୍ଦରେ କଂଗ୍ରେସ ଶିବିର । ଏପରିକି ରାହୁଲ ଭୂଲ ନିଷ୍ପତି ନେଲେ ଆଗକୁ କଂଗ୍ରେସ ବହୁତ କ୍ଷତି ସହିବ ବୋଲି ପରୋକ୍ଷରେ ପ୍ରକାଶ କରିଛନ୍ତି ।

ସେପଟେ ସଭାପତି ପଦ ପାଇଁ ସବୁଠାରୁ ବଡ ଦାବିଦାର ଥିବା ପୂର୍ବତନ ପିସିସି ସଭାପତି ନିରଂଜନ ଦିଲ୍ଲୀରୁ ଫେରିଛନ୍ତି । ନିଜ ବ୍ୟକ୍ତିଗତ କାମରେ ଦିଳ୍ଲୀ ଯାଇଥିଲେ ବୋଲି ପ୍ରତିକ୍ରିୟା ଦେବା ସହ ସମୟ ସବୁ ପ୍ରଶ୍ନର ଉତର ଦେବ ବୋଲି କହିଛନ୍ତି । ତେବେ ପିସିସି ସଭାପତି ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ନିଷ୍ପତିକୁ ଠିକ ଭାବେ ଗ୍ରହଣ କରିପାରୁନାହାନ୍ତି ପ୍ରସାଦ ବିରୋଧୀ । ତେଣୁ ଆଗକୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ରାହୁଲ କିଛି ଭିନ୍ନ ନିଷ୍ପତି ନେବେ ବୋଲି ରାଜ୍ୟ ନେତା ଆଶା ରଖିଛନ୍ତି ।