୮୨ ବର୍ଷ ବୟସରେ ଯୁକ୍ତ ଦୁଇ ପାସ୍ ! ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାଦାୟୀ କାହାଣୀ

37

ଜେଲରେ ଥାଇ ୮୨ ବର୍ଷ ବୟସରେ ଯୁକ୍ତ ଦୁଇ ପାସ୍ କରିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା । ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ଆଗକୁ ପାଠ ପଢା ଜାରି ରଖିବେ ବୋଲି କହିଛନ୍ତି ତାଙ୍କ ପୁଅ ଅଭୟ ଚୌତାଲା । ତେବେ କଣ ଆପଣ ଜାଣନ୍ତି କିଏ ଏହି ନେତାଙ୍କୁ ଦେଇଛି ପ୍ରେରଣା । ବହୁ ଚର୍ଚ୍ଚିତ ମଡେଲ୍ ଜେସିକାଙ୍କ ହତ୍ୟାକାରୀ ମନୁ ଶର୍ମା ଆଜି ବନିଛନ୍ତି ଇଣ୍ଡିଆନ୍ ନ୍ୟାସନାଲ୍ ଲୋକଦଳର ଲିଡର ଓମ୍ ପ୍ରକାଶଙ୍କ ଆଲୋକବର୍ତ୍ତିକା ।

ଶିକ୍ଷକ ନିଯୁକ୍ତି ସ୍କାମ ଅଭିଯୋଗରେ ଚୌତାଲା ଏବେ ତିହାର୍ ଜେଲରେ ୧୦ ବର୍ଷ ପାଇଁ ଦଣ୍ଡ ଭୋଗୁଛନ୍ତି । ତେବେ ଜେଲରେ ରହିବା ଭିତରେ ସେ ମନୁ ଶର୍ମାଙ୍କ ସଂସ୍ପର୍ଷରେ ଆସିଥିଲେ । ଜେସିକା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମନୁ ସେଠାରେ ଲ’ କରୁଛନ୍ତି ।