ବଲାଙ୍ଗୀର : ଦାଦନ ଖଟୁଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷା

31

କନକ ବ୍ୟୁରୋ : ଦାଦନ ଶ୍ରମିକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗୀର ଜିଲ୍ଲା। ଏହି ଜିଲ୍ଲାରୁ କିଏ ଦାଦନ ଖଟି ଯାଇ ପ୍ରାଣହାରିଛି ତ’ଆଉ କିଏ ହାତ ହରେଇଛି । ଗରିବୀ ହଟେଇବା ପାଇଁ କୋଟି କୋଟି ଟଙ୍କାର ଯୋଜନା ହେଉଛି ହେଲେ ଦାଦନର ଦୁଃଖ ଦୂର ହେଉନାହିଁ । ଏମିତି ଜଣେ ଦାଦନଙ୍କ କାହାଣୀର ଖବର ବଲାଙ୍ଗୀର ଜିଲ୍ଲାରୁ ଆସିଛି ।

ଦିନେ ଯାହାଙ୍କ ଦସ୍ତଖତରେ ଲକ୍ଷ ଲକ୍ଷ ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିଲା ସେ ଏବେ ଦାଦନ ଶ୍ରମିକ । ନିଜ ଜିଲ୍ଲାରେ ରୋଜଗାର ପନ୍ଥା ନ’ପାଇ ପେଟ ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁର ପୂର୍ବତନ ବ୍ଲକ ଅଧ୍ୟାକ୍ଷା ।

୨୦୦୭ ପଂଚାୟତ ନିର୍ବଚନରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଦେଓଗାଁ ବ୍ଲକ ଅଧ୍ୟକ୍ଷା ପଦବୀରେ ଅବସ୍ଥାପିତ ହୋଇଥିଲେ ସାରସମାଲ ଗାଁର କୁନ୍ତି କୁଅଁର । ନିଜ ବ୍ଲକର ଉନ୍ନତି ପାଇଁ କୋଟି କୋଟି ଟଙ୍କାର କାମ କରାଇଥିବା କୁନ୍ତି, ପଦବୀରୁ ହଟିବା ପରେ ପେଟ ପାଇଁ ଏବେ ଦାଦନ ଖଟୁଛନ୍ତି । ଯେଉଁ ଜିଲ୍ଲାରେ ରାଜନୈତିକ ପତିଆରା ପାଇଁ ରାଜ ପରିବାର ମଧ୍ୟରେ ଲଢେଇ ଚାଲିଛି ସେଠି ଦାଦନ ଖଟନ୍ତି ପୂର୍ବତନ ବ୍ଲକ ଅଧ୍ୟାକ୍ଷା ।

ଗରିବୀ ଦୂରୀକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ଯେଉଁ ରାଜ୍ୟରେ କୁନ୍ତି କୁଅଁରଙ୍କ ଭଳି ପୂର୍ବତନ ବ୍ଲକ ଅଧ୍ୟକ୍ଷା ବାହାର ରାଜ୍ୟରେ ଦାଦନ ଖଟନ୍ତି । ସେଠି ଯୋଜନା କିଭଳି କାର୍ଯ୍ୟକାରୀ ହେଇଛି ତାହା ସହଜରେ ଅନୁମାନ କରି ହୁଏ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :