କିଛି ବର୍ଷ ଧରି ଘରୋଇ ହିଂସାର କବଳରେ ଥିଲେ ଏହି ଟି.ଭି ଅଭିନେତ୍ରୀ ! ସମସ୍ତଙ୍କ ସାମ୍ନାରେ ମାଡ ମାରୁଥିଲେ ପ୍ରେମିକ ।

484

ଲୋକପ୍ରିୟ ଟେଲି ଧାରାବାହିକ ଉତ୍ତରନ୍ ଅଭିନେତ୍ରୀ ଟିନା ଦତ୍ତା ଘରୋଇ ହିଂସାର ଶିକାର ହେଉଥିବା ସୂଚନା ମିଳିଛି । ୫ବର୍ଷ ଧରି ସେ ନିଜ ପ୍ରେମିକଙ୍କ ଦ୍ୱାରା ଘରୋଇ ହଂସାର ଶିକାର ହୋଇ ଆସୁଥିଲେ ବୋଲି ଅଭିଯୋଗ କରିିଛନ୍ତି । ଏକ ସାକ୍ଷାତକାରରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେବା ପରେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ଖୁବ୍ ଶୀଘ୍ର ଡାୟନ ନାମକ ଏକ ସୋ’ରେ ନଜର ଆସିବାକୁ ଯାଉଛନ୍ତି ଟିନା । ଯାହାର ପ୍ରମୋସନ ପାଇଁ ସେ ଯାଇଥିବା ବେଳେ ନିଜ ସହ ହୋଇଥିବା ଘରୋଇ ହିଂସା ବିଷୟରେ ଜଣାଇଥିଲେ । ୫ବର୍ଷ ପର‌୍ୟ୍ୟନ୍ତ ଟିନା ପ୍ରେମ ସଂପର୍କରେ ରହିଥିବା ବେଳେ ତାଙ୍କ ପ୍ରେମିକ ତାଙ୍କୁ ମାଡ଼ ମାରୁଥିଲେ ବୋଲି କହିଛନ୍ତି ଟିନା । ପ୍ରେମିକଙ୍କ ସହ ସଂପର୍କକୁ ବଞ୍ଚାଇ ରଖିବା ପାଇଁ ମୁଁ ଅନେକ ଚେଷ୍ଟା କରିଥିଲି । ତାଙ୍କୁ ଭଲ ପାଉଥିବାରୁ ମୁଁ ତାଙ୍କର ସବୁ ଅତ୍ୟାଚାର ସହି ଆସୁଥିଲି । କିନ୍ତୁ ଯେତେବେଳେ ସେ ମୋତେ ନିଜ ସାଙ୍ଗମାନଙ୍କ ଆଗରେ ମାଡ଼ ମାରିଲେ, ମୁଁ ତାଙ୍କ ସହ ସଂପର୍କ ଛିନ୍ନ କରିବାର ନିଷ୍ପତ୍ତି ନେଲି ବୋଲି ଟିନା କହିଥିଲେ ।