‘ପଦ୍ମ’ ଟିକେଟ୍ ପ୍ରତ୍ୟାଖାନ କରି ବିଜେପି ଛାଡ଼ିଥିଲେ, ବିଜେଡି ଦେଲା ଟିକେଟ୍ । ଆନନ୍ଦପୁର ବିଧାନସଭା ବିଜେଡି ପ୍ରାର୍ଥୀ ହେଲେ ଭାଗିରଥୀ ସେଠୀ ।

249

କନକ ବ୍ୟୁରୋ: ଦୁଇ ଦିନ ତଳେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ଆଜି ଟିକେଟ୍ ଦେଲେ ବିଜେଡି ସୁପ୍ରିମୋ । ଆନନ୍ଦପୁର ପୂର୍ବତନ ବିଧାୟକ ଭାଗୀରଥୀ ସେଠୀଙ୍କୁ ବିଜେଡି ଏହି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି । ନବୀନ ନିବାସରେ ଏନେଇ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଭାଗୀରଥୀ ୨୦୦୯ରେ ଏଠାରୁ ବିଜେଡି ଟିକେଟ୍ ପାଇ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ । ହେଲେ ୨୦୧୪ରେ ଦଳ ଭାଗିରଥୀଙ୍କୁ ଟିକେଟ୍ ନଦେଇ ମୟାଧର ଜେନାଙ୍କୁ ପ୍ରାର୍ଥୀ କରିଥିବା କାରଣରୁ ଦଳ ଛାଡ଼ିଥିଲେ ଭାଗିରଥୀ ।

ଅନ୍ୟପଟେ ଚଳିତ ଥର ବିଜେପି ତରଫରୁ ଭାଗିରଥୀଙ୍କୁ ଟିକେଟ୍ ମିଳିଥିଲା କିନ୍ତୁ ସ୍ଥାନୀୟ ବିଜେପି ନେତାମାନେ ତାଙ୍କୁ ବିରୋଧ କରୁଥିବାରୁ ସେ ବିଜେପି ଛାଡ଼ି ଗତ ୨୯ ତାରିଖ ଦିନ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ଆଜି ବିଜେଡି ସୁପ୍ରିମୋ ତାଙ୍କୁ ଆନନ୍ଦପୁର ବିଧାନସଭା ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି । ତେବେ ୨୦୦୯ର ଫଳାଫଳକୁ ପୁନାରାବୃତ୍ତି କରି ଭାଗୀରଥୀ ବିଜେଡି ପାଇଁ ପୁଣି ବିଜୟ ଆଣିବେ ବୋଲି ଟିକେଟ୍ ପାଇଥିବା ବିଜେଡି ଶିବିରରେ ଶୁଣିବାକୁ ମିଳୁଛି ।