ରାତି ଅଧରେ ଯୁବତୀଙ୍କୁ ପିଟିଥିଲେ, ଆନ୍ଧ୍ରରୁ ଗିରଫ ହେଲେ । ବିଜେଡିର ପୂର୍ବତନ ବିଧାୟକଙ୍କ ବିବାଦୀୟ କାହାଣୀ

43

କନକ ବ୍ୟୁରୋ : ଫୁଲବାଣୀର ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିଛି ଫୁଲବାଣୀ ସଦର ପୋଲିସ । ଜଣେ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜାମିନ ନାମଂଜୁର ହେବା ପରେ ଦେବେନ୍ଦ୍ରଙ୍କୁ ଜେଲ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ସଦର ଥାନା ଅନ୍ତର୍ଗତ ଗୌଡ଼ପଡ଼ା ଅଂଚଳର ଜଣେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିଲେ ଦେବେନ୍ଦ୍ର କହଁର । ତାଙ୍କୁ ଓ ତାଙ୍କ ମାଆଙ୍କୁ ପୂର୍ବତନ ବିଧାୟକ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ଯୁବତୀ । ଏହି ଅଭିଯୋଗ ଅନୁସାରେ ଆଜି ସଂଧ୍ୟାରେ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଦେବେନ୍ଦ୍ର କହିଛନ୍ତି, ତାଙ୍କୁ ବଦନାମ କରିବା ପାଇଁ ଏପରି ମିଛ ଅଭିଯୋଗ କରାଯାଇଛି । ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଅଶ୍ଲୀଳ ଭ ିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ଯୁବତୀଙ୍କ ସହ ଦେବେନ୍ଦ୍ର ଆପତ୍ତିଜନକ ଅବସ୍ଥାରେ ଥିବା ଚର୍ଚ୍ଚା ହୋଇଥିଲା । ତେବେ ମାମଲାର ଗୋଟିଏ ମାସ ପରେ ଦେବେନ୍ଦ୍ରଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ ।