ଆତଙ୍କବାଦୀଙ୍କୁ ମାତ୍ ଦେବାକୁ ଭାରତ ଓ ଋଷିଆ ସେନାର ମିଳିତ ସମରାଭ୍ୟାସ । ଟ୍ରେନିଂ ନେଲେ ଉଭୟ ଦେଶର ଯବାନ, ଦେଖନ୍ତୁ ଭିଡିଓ

206

ରାଫେଲ ବିମାନ ଆସିବା ପରେ ଭାରତର ଶକ୍ତି ଉଲ୍ଲେଖନୀୟଭାବେ ବଢିଯିବ ବୋଲି କହିଛନ୍ତି ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ସାଲ ବିଏସ ଧାନୋଆ । ଟେକନଲୋଜୀ ଦୃଷ୍ଟିରୁ ଏହାର ତୁଳନା ନାହିଁ ବୋଲି ସେ କହିଛନ୍ତି ।

ଗତକାଲି ଯୋଧପୁରସ୍ଥିତ ବାୟୁସେନା ଷ୍ଟେସନ ଗସ୍ତ କରିଥିଲେ ଏବଂ ଭାରତୀୟ ବାୟୁସେନା ତଥା ଋଷିୟାନ ଫେଡେରେସନ ଏୟାରଫୋର୍ସ ମଧ୍ୟରେ ଚାଲିଥିବା ଏକ୍ସ-ଆଭିଆଇନ୍ଦ୍ର ୨୦୧୮ରେ ଭାଗ ନେଉଥିବା ଯବାନଙ୍କ ସହିତ ଆଲୋଚନା କରିବା ଅବସରରେ ସେ ଏକଥା କହିଛନ୍ତି । ଋଷିଆ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ଯୋଧପୁରରେ ଚାଲିଥିବା ସାମରିକ ଅଭ୍ୟାସ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଆତଙ୍କବାଦ ସହିତ ମୁକାବିଲା କରିବାର ଉପାୟ ଉପରେ ଅଭ୍ୟାସ କରାଯାଉଛି । ଋଷ ବାୟୁସେନାର ୩୦ ବାୟୁକର୍ମୀ ଯୋଗ ଦେଇଥିଲେ । ସେମାନଙ୍କ ସହିତ ଯୁଦ୍ଧ ବିମାନ, ମାଲବାହୀ ବିମାନ ଏବଂ ହେଲିକପ୍ଟରର ପାଇଲଟ ମଧ୍ୟ ସାମିଲ ଅଛନ୍ତି । ଏହି ଅବସରରେ ବାୟୁସେନାର ଗରୁଡ କମାଣ୍ଡୋମାନେ ଆକାଶମାର୍ଗରୁ ଡେଇଁ ନିଜର ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ ।


ବାୟୁସେନା ପ୍ରମୁଖଙ୍କୁ ଅଭ୍ୟାସର ବିଭିନ୍ନ ଚରଣ ଏବଂ ପ୍ରଗତି ବାବଦରେ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ବାୟୁ ସେନା ମୁଖ୍ୟ ଦୁଇ ଦେଶର ବାୟୁସେନା କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ଏକ୍ସ-ଆଭିଆଇନ୍ଦ୍ର ଭାରତ-ଋଷ ମଧ୍ୟରେ ସମ୍ପର୍କର ପରିଚାୟକ ଏବଂ ଏହାଦ୍ୱାରା ଦୁଇ ଦେଶର ବାୟୁସେନାଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ବୁଝାମଣା ବିକଶିତ ହେବ ।