ଇଭିଏମ୍ ମେସିନ ହେବ ନାହିଁ ଟାମ୍ପରି ! ସ୍ପଷ୍ଟ କଲେ ଇଲେକ୍ସନ କମିସନ

30

କନକ ବ୍ୟୁରୋ : ଭାରତରେ ବ୍ୟବହାର କରାଯାଉଥିବା ସମସ୍ତ ଇଭିଏମ୍ ମେସିନକୁ କେହି ଟାମ୍ପରି କରିପାରିବେ ନାହିଁ । ଏପରିକି ଇଭିଏମ୍ ମେସିନ ନିର୍ମାତା ମଧ୍ୟ ଏହାର ଟାମ୍ପରିଂ କରିପାରିବେ ନାହିଁ ବୋଲି ଇଲେକ୍ସନ କମିସନ ସ୍ପଷ୍ଟ କରିଛନ୍ତି । ୨୦୦୬ରୁ ୨୦୧୨ ମଧ୍ୟରେ ସାମିଲ ହୋଇଥିବା ଇଭିଏମ୍ ନିରାପତା ଦୃଷ୍ଟିରୁ ସର୍ବୋତମ ।

ପ୍ରତି ଇଭିଏମରେ ଥିବା ମାଇକ୍ରୋଚିପରେ ଏକ ଚିହ୍ନଟ ନମ୍ବର ରହିଛି ଏବଂ ଏହାକୁ କେହି ବଦଳାଇଲେ ଏହା କାମ କରିବ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିସନ ଇଭିଏମ୍ ସ୍ୱଚ୍ଛତାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଭିଏମ୍ ବନ୍ଦ କରି ବାଲାଟ ପେପରରେ ଭୋଟଦାନ ବ୍ୟବସ୍ଥା ପାଇଁ ଦାବି କରିଥିଲେ । ପରେ ଇଲେକସନ କମିଶନ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।