ମାଲକାନଗିରିରେ ଇଭିଏମ ଅନିୟମିତତା ଅଭିଯୋଗ । ଗୋଟିଏ ଚିହ୍ନରେ ଭୋଟ୍ ଦେଲେ ଅନ୍ୟ ଚିହ୍ନକୁ ଚାଲି ଯାଉଥିବା ଅଭିଯୋଗ

331

କନକ ବ୍ୟୁରୋ: ଆଜି ସକାଳ ୭ଟାରୁ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଇଭିଏମକୁ ନେଇ ମାଲକାନଗିରିରେ ଅନିୟମିତତା ଅଭିଯୋଗ ଆସିଛି । ଜିଲ୍ଲାର ଏମଭି ୧୪ ଗାଁ ୯୦ ନଂ ବୁଥରେ ଇଭିଏମ ମେସିନରେ ଗଡବଡି ଥିବା ଅଭିଯୋଗ ହୋଇଛି । ତେବେ ଗୋଟିଏରେ ଭୋଟ୍ ଦେଲେ ଅନ୍ୟ ଚିହ୍ନକୁ ଚାଲିଯାଉଥିବା ନେଇ ଅଭିଯୋଗ କରିଛନ୍ତି ଭୋଟର । ଯାହାକୁ ବିରୋଧ କରି ଗ୍ରାମବାସୀ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ତେବେ ଭୋଟରଙ୍କ ଅଭିଯୋଗ ପରେ ୨ଟି ମେସିନ ବଦଳାଇଛନ୍ତି ସେକ୍ଟର ଅଫିସର ।

 

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାର ୩୦ରୁ ଅଧିକ ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏମ୍ଭି-୧୧, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା ଓ ଶିଖପାଲିରେ ଇଭିଏମ ରେ ତ୍ରୁଟି ଦେଖାଦେଇଛି। ଗୁଣୁପୁର ପଦ୍ମପୁର ବ୍ଲକ୍ ୧୧୨ ନମ୍ବର ବୁଥରେ ଭିଭିପାଟ୍ ଅଚଳ ହୋଇପଡ଼ିଥିବା ବେଳେ ଉମରକୋଟର ୨ ଓ ରାଇଘର ବ୍ଲକର ଗୋଟିଏ ବୁଥରେ ଇଭିଏମ୍ ଅଚଳ ହୋଇପଡିଛି। ବୁର୍ଜା ଆଦିବାସୀ ଓ ଦଣ୍ଡେଶ୍ୱର ହାଇସ୍କୁଲ, ଜୁନାଗଡ଼ର କୁହୁରା ଓ କଣ୍ଟାମାଳ ବୁଥରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ସେହିପରି ଜୟପୁର ପାରାବେଡ଼ା ହାଇସ୍କୁଲ, ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ, ଲମତାପୁଟ ହାଇସ୍କୁଲର ୭୭, ହନୁମାନ ଏମଇ ସ୍କୁଲର ୬୮ ନମ୍ବର ଓ ଅନକାଡେଲି ୟୁପି ସ୍କୁଲର ୬୯ ନମ୍ବର ବୁଥରେ ମତଦାନରେ ବିଳମ୍ବ ହୋଇଛି ।

ସେହିଭଳି ବ୍ରହ୍ମପୁରରେ ମଧ୍ୟ ଇଭିଏମ୍ କାମ କରୁନି । ବିଜିପୁଟ କାଳୁଆ ସ୍କୁଲରେ ବୁଥ୍ ନଂ- ୧୨୧ରେ କାମ କରୁନି ଇଭିଏମ୍ । ଇଭିଏମ୍ କାମ କରୁନଥିବାରୁ ଉଚ୍ଛଦାନ ପ୍ରକ୍ରିୟା ବିଳମ୍ବ ହୋଇଛି। ଜୟପୁରର ମଧ୍ୟ ବିଭିନ୍ନ ବୁଥରେ କାମ କରୁନି ଇଭିଏମ୍ । ବୁଥ୍ ନଂ-୧୫୦ରେ କାମ କରୁନି ଇଭିଏମ୍ । ଏଯାଏଁଭୋଟର ମତଦାନ ଦେଇପାରୁନାହାନ୍ତି ।

ସେପଟେ ଗଜପତିରେ ବି ସମାନ ଅବସ୍ଥା । ବିଭିନ୍ନ ଜାଗାରେ ଇଭିଏମ୍ ଖରାପ ହୋଇ ପଡିଥିବା କାରଣରୁ ଭୋଟରଙ୍କ ମଧ୍ୟ ତିବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ଏପରିକି ଇଭିଏମ ଖରାପ ଯୋଗୁଁ ବହୁ ସଂଖ୍ୟକ ଭୋଟର ଭୋଟ ନ ଦେଇ ଫେରିଯାଇଛନ୍ତି ।