ଆମେରିକା ହ୍ୟାକରଙ୍କର ଚାଞ୍ଚଲ୍ୟକର ମନ୍ତବ୍ୟ ! କହିଲେ, ଇଭିଏମ୍ ହ୍ୟାକ୍ କରି ୨୦୧୪ ନିର୍ବାଚନ ଜିତିଥିଲା ବିଜେପି ।

2,040

ଆମେରିକାରେ ରହୁଥିବା ଜଣେ ସାଇବର୍ ଏକ୍ସପର୍ଟ ସେୟଦ୍ ସୁଜାଙ୍କ କହିବାନୁସାରେ ଭାରତରେ ୨୦୧୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରେନିକ୍ ଭୋଟିଙ୍ଗ୍ ମେସିନ୍ (ଇଭିଏମ୍) ହେକ୍ ହୋଇଥିଲା । ସୁଜା ସେହି ଟିମରେ ରହିସାରିଛନ୍ତି ଯେଉଁ ଟିମ୍ ଭାରତର ଇଭିଏମ୍ ର ଡିଜାଇନ୍ କରିଥିଲା । ଏହି କଥାକୁ ରଖିବାକୁ ଯାଇ ସୁଜା ସୋମବାର ଲଣ୍ଡନରେ ଏକ ପ୍ରେସ୍ କନଫ୍ରେନ୍ସ କରି ଇଭିଏମ୍ ହ୍ୟାକିଙ୍ଗ୍ ସହ ଜଡିତ କଥା କହିଥିଲେ । ସେ ଭିଡିଓ କନଫ୍ରେନ୍ସ ଜରିଆରେ ନିଜ କଥା ରଖିଥିଲେ । ତାଙ୍କ କହିବାନୁସାରେ ୨୦୧୪ ଲୋକସଭା ନିର୍ବାଚନରେ ଇଭିଏମ୍ ସହ କିଛି ହୋଇଥିଲା । ସେ ଆହୁରି କହିଥିଲେ ଯେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଦୂର୍ଘଟଣା ହୋଇନଥିଲା ବରଂ ହତ୍ୟା ହୋଇଥିଲା କାରଣ ତାଙ୍କୁ ଇଭିଏମ୍ ହ୍ୟାକିଙ୍ଗ୍ ବିଷୟରେ ବିବରଣୀ ଥିଲା । ସେ ଆରୋପ ଲଗାଇଥିଲେ ଯେ ଟେଲିକମ୍ କମ୍ପାନୀ ରିଲାଏନ୍ସ ବିଜେପିକୁ ହ୍ୟାକିଙ୍ଗ୍ ପାଇଁ ସାହାଯ୍ୟ କରିଥିଲେ । ସେ ପୁଣି କହିଥିଲେ ଯେ ଗୌରୀ ଲଙ୍କେଶଙ୍କ ହତ୍ୟାର ତାର ମଧ୍ୟ ଏଥିରେ ଜଡିତ ରହିଛି କାରଣ ସେ ଇଭିଏମ୍ ହ୍ୟାକ୍ ଉପରେ ଖବର କରିବାକୁ ଯାଉଥିଲେ । ସୁଜା ବିଜେପି ସହ ଅନ୍ୟ ପାର୍ଟିକୁ ମଧ୍ୟ ଘେରିଥିଲେ । ଏଥିରେ ସମାଜବାଦୀ ପାର୍ଟି,ବହୁଜନ ସମାଜ ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ହ୍ୟାକିଙ୍ଗ୍ ରେ ସାମିଲ ଥିଲେ ବୋଲି ସେ କହିଥିଲେ ।

ତାଙ୍କ କହିବାନୁସାରେ ଆମ୍ ଆଦମୀ ପାର୍ଟି ତରଫରୁ ତାଙ୍କୁ ଭେଟି ଇଭିଏମ୍ ହ୍ୟାକିଙ୍ଗ୍ କରିବା ପାଇଁ କୁହାଯାଇଥିଲା । ଯାହାକୁ ସେ ବାରଣ କରିଥିଲେ । ରିଲାଏନ୍ସ କମ୍ପାନୀ ପାଖରେ ଡାଟା ଟ୍ରାନ୍ସମିଟ୍ କରିବା ପାଇଁ ନେଟୱର୍କ ରହିଛି ଯାହାର ଫାଇଦା ବିଜେପିକୁ ମିଳିଛି । ଭାରତରେ ଏଭଳି ୯ ଟି ସେଣ୍ଟର ରହିଛି ଯେଉଁଠି ଡାଟା ଟ୍ରାନ୍ସମିଟ୍ ହୋଇଥାଏ । କର୍ମଚାରୀଙ୍କୁ ଏ ବିଷୟରେ କିଛି ଜ୍ଞାତ ନଥାଏ ସେମାନେ ଭାବନ୍ତି ସେ କେବଳ ଡାଟା ଏଣ୍ଟ୍ରି କରୁଛନ୍ତି । ତାଙ୍କ କହିବାନୁସାରେ ଅନେକ ପାର୍ଟି ତାଙ୍କୁ ଫୋନ୍ କରି ଇଭିଏମ୍ ହ୍ୟାକ୍ କରିବା ପାଇଁ କ’ଣ କରାଯିବ ପ୍ରଶ୍ନ ପଚାରନ୍ତି । ଯେଉଁଥିରେ ସପା,ବସପା,ଆପ୍ ଆଦି ସାମିଲ ରହିଛି ।