ନିର୍ବାଚନ ପ୍ରକ୍ରିୟା ବେଳେ ୨ଟି ବୁଥରେ ଭଙ୍ଗାରୁଜା ଅଭିଯୋଗ । ସତ୍ୟବାଦୀ ଓ ବ୍ରହ୍ମଗିରିରେ ଉତ୍ତେଜନା ।

179

କନକ ବ୍ୟୁରୋ : ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବୁଥରେ ଭଙ୍ଗାରୁଜା ଅଭିଯୋଗ । ୨ଟି ସ୍ଥାନରୁ ଆସିଛି ଏହିଭଳି ଅଭିଯୋଗ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଣାସ ବ୍ଲକ ନମ୍ବର ୭୮ରେ ମତଦାନ ଚାଲିଥିବା ବେଳେ କିଛି ଲୋକ ମେସିନ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମା ଶାସନ ବିଦ୍ୟାଳୟ ବୁଥରେ ଉତ୍ତେଜନା ଓ ଭଙ୍ଗାରୁଜା ଅଭିଯୋଗ ହୋଇଛି । ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଯାଉଥିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଛି । ଲୋକଙ୍କ ଅଭିଯୋଗ, ପୋଲିଂ ଅଧିକାରୀ ଜାଣିଶୁଣି ଇଭିଏମରେ ତ୍ରୁଟି ଦର୍ଶାଇ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଛନ୍ତି । ସଂପୃକ୍ତ ପୋଲିଂ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରିଛନ୍ତି । ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିବାପାଇଁ ଉଦ୍ୟମ କରୁଥିବା ବେଳେ ଏବେ ବି ଉତ୍ତେଜନା ଜାରି ରହିଛି ।