କଳକୀଙ୍କୁ ନେଇ କୋଳାହଳ

41

କୋଣାର୍କ : ମାଟିରେ ମିଶୁଛି ବାନା ବାବାଙ୍କ ଆଶ୍ରମ । ଆଜି ଦ୍ୱିତୀୟ ଦିନରେ କଳକୀ ଆଶ୍ରମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ଭଂଗାଯାଉଛି ଆଶ୍ରମର ମୁଖ୍ୟ ବିଲଡିଂ । ଆଜି ନାଟ୍ୟ ମଣ୍ଡପ ଓ ବାବା ବସିବା ସ୍ଥାନ ଭଂଗାଯାଇଛି । ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ୪ ଟି ବୁଲଡୋଜରରେ ଉଚ୍ଛେଦ କରାଯାଇଛି । ଆଶ୍ରମ ପରିସରରେ ଅଶାନ୍ତି ଆଶଙ୍କାରେ ୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ୫୦ ରୁ ୬୦ ଜଣ ବନ ବିଭାଗ କର୍ମଚାରୀ ବି ଉପସ୍ଥିତ ଥିଲେ । ପୁରୀ ଅତିରିକ୍ତ ଏସ୍ପି, ନିମାପଡା ଏସଡିପିଓ, ଗୁଇନ୍ଦା ବିଭାଗ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରିଥିଲେ । ଗତକାଲି ଆଶ୍ରମର ଯଜ୍ଞମଣ୍ଡପକୁ ଭଙ୍ଗାଯାଇଥିଲା । ଉଚ୍ଛେଦ ବେଳେ ପୁଲିସ-ସମର୍ଥକ ଧସ୍ତାଧସ୍ତି ହୋଇଥିଲେ । ବାବାଙ୍କ ସମର୍ଥକ ଖୋାଲାଖୋଲି ପ୍ରଶାସନକୁ ବିରୋଧ କରିଥିଲେ । ୨୬ ଜଣଙ୍କୁ ଗିରଫ କରିଛି ପୁଲିସ ।