କେତେ ସୁରକ୍ଷିତ ଆପଣଙ୍କ ଘରେ ଲାଗିଥିବା ଆକ୍ୱାଗାର୍ଡର ପାଣି ? ଜାଣନ୍ତୁ . . .

149

ଅଧିକାଂଶ ଲୋକେ ନିଜ ଘରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୟୁ ତଥା Reverse Osmosis Water  ପ୍ୟୁରିଫାୟର ଲଗାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁ ପାଣିକୁ ଆପଣ ବିଶୁଦ୍ଧ ଭାବି ପିଉଛନ୍ତି ବାସ୍ତବରେ ତାହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ କେତେ ଘାତକ ହୋଇପାରେ । ଆଜ୍ଞା ହଁ, ଏକଥା ନିରାଟ ସତ୍ୟ । ଆରଓ ପାଣି ଅଧିକାଂଶ ମାମଲାରେ ଶରୀରର କ୍ଷତି ପହଂଚାଇଥାଏ ।

ସୂଚନା ମୁତାବକ, ପାଣିକୁ ଶୁଦ୍ଧ କରୁଥିବା ଉପକରଣଗୁଡିକରେ ସ୍ୱତନ୍ତ୍ର ଭାବରେ ମେମ୍ବ୍ରେନ କାମ କରିଥାଏ । ଯାହାକି ପାଣିକୁ ସଫା କରିବା ସମୟରେ କ୍ଷତିକାରକ ଜୀବାଣୁଗୁଡିକ ସହିତ କିଛି ଭଲ ଜୀବାଣୁଗୁଡିକୁ ମଧ୍ୟ ଅବଶୋଷିତ କରିଦେଇଥାଏ । ଯାହାଦ୍ୱାରା ପାଣିରେ ଉପଲବ୍ଧ ଥିବା ମିନେରାଲ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାନ୍ତି ତାହା ଆମକୁ ମିଳିପାରିନଥାନ୍ତି । ଏଠାରେ ଆମେ କହି ରଖୁଛୁ କି, ଏହି ଜୀବାଣୁ ଆମର ପେଟଜନିତ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାନ୍ତି । ଆରଓ ପ୍ୟୁରିଫାୟରରୁ ସଫା ହେଉଥିବା ପାଣି ଏସିଡିକ୍ ହୋଇପାରେ । କାରଣ ପାଣିକୁ ବିଶୁଦ୍ଧ କରୁଥିବା ଏହି ପ୍ରକ୍ରିୟା ସମୟରେ ଏହା ପାଣିରେ ଉପଲବ୍ଧ ଥିବା ଅଣୁଜୀବଙ୍କ ଦ୍ୱାରା କ୍ଷରିତ ପରମାଣୁଗୁଡିକୁ ବି ନଷ୍ଟ କରିଦେଇଥାଏ । ଏହାଦ୍ୱାରା ପାଣି ଏସିଡିକ୍ ହୋଇଯାଇଥାଏ । ଯାହାକି ଆମ ଶରୀରରେ ପାଇଁ ହାନିକାରକ ଅଟେ ।