ଏହି ସହର ପ୍ରତି ବର୍ଷ ପାଳନ କରେ ଜନ୍ମଦିନ, କିନ୍ତୁ ମଣିଷର ନୁହେଁ ଗଛର । ଜାଣନ୍ତୁ କାହିଁକି

49

କେକ୍ ତିଆରି କରିବା ପାଇଁ ଅର୍ଡର ବି ଦିଆସରିଛି । ବେଲୁନ୍ ଏବଂ ରିବନ୍ ବି ଆସି ସାରିଛି । ଭୋପାଳ ସ୍ଥିତ ବିଏଚଇଏଲ(ଭାରତ ହେଭି ଇଲେକି୍ଟ୍ରକାଲ ଲିମିଟେଡ୍) ର ପିପଲାନୀ ଆଦର୍ଶ ମାର୍କେଟରେ ଏକ ବିଶେଷ ଜନ୍ମଦିନ ପାଳନ କରିବାର ପ୍ରସ୍ତୁତି ଚାଲିଛି । ଏହି ଜନ୍ମଦିନ ପ୍ରତି ବର୍ଷ ୨୧ ଜୁନ୍ କୁ ପାଳନ କରାଯାଏ ଏବଂ ଏହି ଦିନ ଏକ ନିମ୍ବ ଗଛର ଜନ୍ମଦିନ ଥାଏ ।

ଆଜ୍ଞା ହଁ, ଏଠି ଗତ ୨୩ ବର୍ଷରେ ଏକ ନିମ୍ବ ଗଛର ଜନ୍ମଦିନ ଧୁମଧାମ୍ ରେ ପାଳନ କରାଯାଏ । ଏହି ଗଛ କିଛି ଲୋକଙ୍କ ପାଇଁ ତାଙ୍କ ପୁଅ ଭଳି ଯାହାର ଲାଳନପାଳନ ଗତ ୨୩ ବର୍ଷ ଧରି ପୁରା ଯତ୍ନର ସହିତ କରିଛନ୍ତି । ବିଏଚଇଏଲର ଅବସର ପ୍ରାପ୍ତ ସମୂହ ମହାପ୍ରବନ୍ଧକ ବିଜୟ ଯୋଶୀ ଏବଂ ଆଦର୍ଶ ବଜାରର ୧୦ ବ୍ୟବସାୟୀ ଅଥର୍ବବେଦର ଶ୍ଲୋକରୁ ପେରଣା ନେଇ ୨୪ ବର୍ଷ ପୂର୍ବରୁ ଏକ ନିମ୍ବ ଗଛ ଲଗାଇଥିଲେ ଏବଂ ତାକୁ ପୁଅ ଭଳି ପାଳିବାକୁ ସଂକଳ୍ପ ନେଇଥିଲେ । କେବଳ ଯତ୍ନ ହିଁ ନୁହେଁ ପ୍ରତିବର୍ଷ ୨୧ ଜୁନ କୁ ଜନ୍ମଦିନ ବି ପାଳନ କରାଯାଏ ।

ଏହି ନିମ୍ବ ଗଛର ଜନ୍ମଦିନ ପାଳନର ଉଦ୍ଦେଶ୍ୟ ହେଲା ନୂଆ ପିଢ଼ିକୁ ଗଛର ମହତ୍ୱ ଜଣାଇବା ଓ ପରିବେଶ ସଂରକ୍ଷଣ ର ମେସେଜ୍ ଦେବା । ଆଜି ନିମ୍ବ ଗଛକୁ ୨୪ ବର୍ଷ ହେଇଯାଇଛି ।