ଯାତ୍ରାପ୍ରେମୀଙ୍କୁ ଝଟକା ! ବନ୍ଦ ହେବ ସମସ୍ତ ଯାତ୍ରାପାର୍ଟି,ନିଷ୍ପତି ନେଲେ ମାଲିକ ସଂଘ

135

କନକ ବ୍ୟୁରୋ : ବନ୍ଦ ହେବ ଯାତ୍ରା ପାର୍ଟି । ଆଉ ମଂଚସ୍ଥ ହେବ ନି ଯାତ୍ରା । ୨୦୧୮ ଜୁଲାଇରୁ ମଂଚରେ ଦେଖିବାକୁ ମିଳିବନି ଯାତ୍ରା କଳାକାରଙ୍କ ଯାଦୁ । ଯାତ୍ରା ପାର୍ଟି ଓ ଯାତ୍ରା ପରିବେଷଣ ବନ୍ଦ କରିବା ନେଇ ନିଷ୍ପତି ନେଇଛି ଯାତ୍ରା ପାର୍ଟି ମାଲିକ ସଂଘ । ସାମ୍ବାଦିକ ସମ୍ମିଳନୀରେ ଯାତ୍ରା ପାର୍ଟି ବନ୍ଦ କରାଯିବ ବୋଲି ଘୋଷଣା କରିଛି ଯାତ୍ରା ପାର୍ଟି ମଲିକ ସଂଘ । ସଂଘର ସଭାପତି ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି ପ୍ରଚୁର ପରିମାଣର କ୍ଷତି ହେଉଥିବାରୁ ପାର୍ଟି ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ଅଧିକ ଖର୍ଚ ହେଉଥିବା ବେଳେ ଆୟ କମ୍ ହେଉଛି । ବିଭିନ୍ନ ସରକାରୀ କଟକଣା ଯୋଗୁଁ ଅନେକ ସମୟରେ ଯାତ୍ରାରେ ଆୟ କମୁଛି । ଏହାସହ ଟିକେଟ ଆୟ ମଧ୍ୟ ବୃଦ୍ଧି କରିବା ସମ୍ଭବ ହେଉ ନାହିଁ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଯାତ୍ରା ମାଲିକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ଘୋଷଣା କରାଯାଇଛି । ଯାତ୍ରା ବନ୍ଦ ହେଲେ ପ୍ରାୟ ୫ ହଜାର ଲୋକ କର୍ମସଂସ୍ଥା ହରାଇବେ । ସାମ୍ବାଦିକ ସମ୍ମିଳନୀରେ ୨୩ଟି ପାର୍ଟିର ମାଲିକ ସାମିଲ ହୋଇଛନ୍ତି ।

ଯାତ୍ରାପ୍ରେମୀଙ୍କ ପାଇଁ ଝଟକା । ଆଉ ଯାତ୍ରା ଦେଖିପାରିବେ ନାହିଁ ଦର୍ଶକ । ପ୍ରେସମିଟରେ ଘୋଷଣା କଲା ଯାତ୍ରାପାର୍ଟି ମାଲିକ ସଂଘ । ତେବେ ଯାତ୍ରା ପାର୍ଟି ବନ୍ଦ ହେବା ଦ୍ୱାରା ପ୍ରାୟ ୫ ହଜାର ଲୋକ କର୍ମସଂସ୍ଥାନ ହରାଇବେ ବୋଲି ସୂଚନା । ତେବେ ଏନେି ସିନେମା ତଥା ଯାତ୍ରା ଅଭିନେତା ରାୟମୋହନ କହିଛିନ୍ତି ଯାତ୍ରାପାର୍ଟି ବନ୍ଦ ହେବଦ୍ୱାରା ମନୋରଞ୍ଜନର ସୁଯୋଗ ହରାଇବେ ଦର୍ଶକ । ଖର୍ଚ୍ଚ ଅନୁୟାୟୀ ଯାତ୍ରାରୁ ଆୟ ହୋଇପାରୁ ନାହିଁ । କଳାକାରକାର ମାନେ ତ ଆଉ କିଛି ଜାଣିନାହାନ୍ତି, ଶେଷରେ ପାନ ଦେକାନ କରି ପରିବାର ପ୍ରତିପୋଷଣ କରିବା ପାଇଁ ବାଧ୍ୟ ହେବେ । ତେବେ ଏନେଇ ଯାତ୍ରା କଳାକାର ଦୈତାରୀ ପଣ୍ଡା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଯାତ୍ରାପାଟି ବନ୍ଦ କଲେ କଳାକାର ଅସୟାର ହୋଇଯିବେ । ଏପରି ଘୋଷଣା ଅତ୍ୟନ୍ତ ଦୁଃଖଦ । ଯାତ୍ରା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସରକାର ଦୃଷ୍ଟି ଦେବା ଜରୁରୀ ।

ତେବେ ଏପରି ନିଷ୍ପତି ପରେ ଏବେ ପ୍ରଶ୍ନ ଉଠିଛି ଯାତ୍ରା ପାଟିର କଳାକାର ଏବେ କରିବେ କ’ଣ । ତାଙ୍କ ପରିବାର କଥା ଏବେ ବୁଝିବ କିଏ ? ପରିବାର ପ୍ରତିପୋଷଣ କରିବା ତଶଙ୍କ ପାଇଁ ଅସମ୍ଭବ ହୋଇପଡ଼ୁଛି । ପ୍ରେସମିଟ ମାଧ୍ୟମରେ ସରକାର ଏକଥା ପୁନର୍ବିଚାର କଲେ କିଛି କରାଯାଇପାରିବ ବୋଲି କଳାକାର ଆଶା ବାନ୍ଧି ବସିଛନ୍ତି ।