ଟ୍ରେନର ବାଜୁଥିବା ହର୍ଣ୍ଣର ଥାଏ ଭିନ୍ନ ଅର୍ଥ ! ଜାଣନ୍ତୁ କେତେ ପ୍ରକାର ଥାଏ ହର୍ଣ୍ଣ

47

ଆପଣ ସମସ୍ତେ ଶୁଣିଥିବେ ଟ୍ରେନ ହର୍ଣ୍ଣ । କିନ୍ତୁ ଟ୍ରେନ୍ ହର୍ଣ୍ଣ ମଧ୍ୟ ଥାଏ ବିଭିନ୍ନ ପ୍ରକାର, ଯାହା ଉପରେ ବୋଧହୁଏ ଆପଣ ଧ୍ୟାନ ଦେଇନଥିବେ । ଖୁବ କମ ଲୋକଙ୍କୁ ଏଥି ସମ୍ବନ୍ଧିତ ତଥ୍ୟ ବିଷୟରେ ଜଣାଥିବ । ତେବେ ଆସନ୍ତୁ ଜାଣିବା ଟ୍ରେନର ଭିନ୍ନ ଭିନ୍ନ ହର୍ଣ୍ଣ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଟ୍ରେନରୁ ୧୧ଟି ଭିନ୍ନ ଧରଣର ହର୍ଣ୍ଣ ବାଜେ । ସମସ୍ତ ହର୍ଣ୍ଣର ଏକ ବିଶେଷ ଅର୍ଥ ରହିଛି । ଏହି ପ୍ରଶ୍ନର ଉତ୍ତର ହୁଏତ ଆପଣଙ୍କ ପାଖରେ ନଥାଇ ପାରେ । ଏହା ମଧ୍ୟ ହୋଇପାରେ ଯେ ଆପଣ ଭାରତୀୟ ରେଳରେ ବାଜୁଥିବା ଭିନ୍ନ ଧରଣର ହର୍ଣ୍ଣରେ ଥିବା ସାମଞ୍ଜସ୍ୟକୁ କେବେ ଅନୁଭବ ନକରି ଥାଇ ପାରନ୍ତି । ଯଦି ଆପଣ ଏହି ହର୍ଣ୍ଣକୁ ଗୁରୁତ୍ୱ ଦେଇ ନଥିବେ ତେବେ କିଭଳି ଏଥିରେ ଥିବା ସାମଞ୍ଜସ୍ୟକୁ ଜାଣିପାରିବେ ।

ସର୍ଟ ହର୍ଣ୍ଣ : ଏକ ସର୍ଟ ହର୍ଣ୍ଣ କିଛି ସେକେଣ୍ଡ ପାଇଁ କେବଳ ଥରେ ବଜାଯାଇଥାଏ । ଏହି ହର୍ଣ୍ଣର ଅର୍ଥ ହେଉଛି ଟ୍ରେନ ପହଂଚି ସାରିଛି ଏବଂ ଆଗାମୀ ଯାତ୍ରା ପାଇଁ ସମୟ ହୋଇଯାଇଛି ।

ଦୁଇଟି ସର୍ଟ ହର୍ଣ୍ଣ : ଯେତେବେଳେ ଦୁଇ ସର୍ଟ ହଣ୍ଣ ବାଜେ ଆପଣଙ୍କୁ ବୁଝିବାକୁ ହେବ ଯେ ଟ୍ରେନ ଚାଲିବା ପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ । ଏହି ହର୍ଣ୍ଣକୁ ଲୋକୋ ପାୟଲଟ ଇଂଜିନ ଗାର୍ଡରେ ଟ୍ରେନ ଚଳାଇବାକୁ ସିଗନାଲଲ ପାଇଁ ବଜାଯାଇଥାଏ ।

୩ଟି ସର୍ଟ ହର୍ଣ୍ଣ : ତିନିଟି ସର୍ଟ ହର୍ଣ୍ଣ କେବଳ ଜରୁରୀକାଳୀନ ପରିସ୍ଥିତିରେ ବଜାଯାଏ । ରେଲୱେରେ ଖୁବ୍ କମ୍ ମାମଲାରେ ଏହି ହର୍ଣ୍ଣକୁ ବଜା ଯାଇଥାଏ । ସେଥିପାଇଁ ଆପଣଙ୍କୁ ଖୁବ କମ ଏହି ହର୍ଣ୍ଣ ଶୁଣାଯାଇଥିବ । ଏହି ହର୍ଣ୍ଣ ଯେତେବେଳେ ବଜାଯାଏ ଏହାକୁ କେବଳ ମୋଟର ମ୍ୟାନ ହିଁ ବଜାଇଥାଆନ୍ତି । ଏହାର ଅର୍ଥ ହେଉଛି ଇଂଜିନକୁ ନିୟନ୍ତ୍ରଣ କରିବା କ୍ଷମତା ଲୋକୋପାୟଲଟଙ୍କର ଶେଷ ହୋଇଗଲାଣି । ଲୋକୋପାୟଲଟ ଏହି ହର୍ନଦ୍ୱାରା ଗାର୍ଡଙ୍କୁ ଭାକ୍ୟୁମ ବ୍ରେକଦ୍ୱାରା ଟ୍ରେନକୁ ଅଟଳାଇବା ଲାଗି ସଙ୍କେତ ଦେଇଥାଆନ୍ତି ।

୪ଟି ସର୍ଟ ହର୍ଣ୍ଣ : ୪ଟି ଛୋଟ ଛୋଟ ହର୍ଣ୍ଣର ଅର୍ଥ ହେଉଛି ଟ୍ରେନରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଯାଇଛି । ଏବଂ ଟ୍ରେନ ଆଗକୁ ଯାତ୍ରା କରିବାଲାଗି ଅସମର୍ଥ ଅଟେ ।

ଏକ ଲମ୍ବା ଓ ଏକ ଛୋଟ ହର୍ଣ୍ଣ ବାଜିବା : ଏହାର ଅର୍ଥ ମୋଟରମ୍ୟାନ୍ ଇଂଜିନକୁ ଆରମ୍ଭ କରିବା ପୂର୍ବରୁ ଗାର୍ଡଙ୍କୁ ବ୍ରେକ୍ ପାଇପ୍ ସିଷ୍ଟମ ସେଟ୍ କରିବାକୁ ସିଗନାଲ୍ ଦେଉଛି ।

ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ଣ୍ଣ :ଏହାର ଅର୍ଥ ମୋଟରମ୍ୟାନ୍ ଗାଡଙ୍କୁ ଇଂଜିନର କଂଟ୍ରୋଲ ନେବା ପାଇଁ ସଂକେତ ଦେଉଛନ୍ତି ।

ଲଗାତାର ହର୍ଣ୍ଣ ବାଜିବା : ଯେବେ ବି କୌଣସି ଇଂଜିନ୍ ଲଗାତାର ହର୍ଣ୍ଣ ବଜାଉଛି ଏହାର ଅତ୭ ଟ୍ରେନ୍ ଷ୍ଟେସନରେ ରହିବ ନାହିଁ । ଏହା ଯାତ୍ରୀମାନଙ୍କୁ ନେଇ ଯାଉଛିି । ଷ୍ଟେସନରେ ରହିବ ନାହିଁ ।

ଦୁଇଥର ରହି ରହି ହର୍ଣ୍ଣ ବାଜିବା :ଏହି ହର୍ଣ୍ଣ ରେଲୱେ କ୍ରସିଂ ପାଖରେ ବଜାଯାଇଥାଏ । କାହିଁକି ନା ସେଠାରେ ଠିଆ ହୋଇଥିିବା ଲୋକଙ୍କୁ ସଂକେତ ମିଳିବ । ଏବଂ ସେମାନେ ରେଲୱେ ଧାରଣା ଠାରୁ ଦୂରେଇ ରହିବେ ।

ଦୁଇ ଥର ଲମ୍ବା ଓ ଏକ ଛୋଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ ଟ୍ରାକ୍ ବଦଳାଉଛି ।

ଦୁଇଟି ଛୋଟ ଓ ଏକ ଲମ୍ବା ହର୍ଣ୍ଣ ବାଜିବା : ଦୁଇଟି ଛୋଟ ଓ ଏକ ଲମ୍ବା ହର୍ଣ୍ଣ ବାଜିବାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନ୍ ଟାଣିଛନ୍ତି ବା ଗାର୍ଡ ଭାକ୍ୟୁମ୍ ବ୍ରେମ ଟାଣିଛନ୍ତି ।

ଛଅ ଥର ଛୋଟ ହର୍ଣ୍ଣ ବାଜିବା : ଏହାର ଅର୍ଥ ଟ୍ରେନ କୌଣସି ଅସୁବିଧାରେ ଫସି ଯାଇଛି । ଏଣୁ ଏଥିପାଇଁ ଏହି ହର୍ଣ୍ଣ ମାଧ୍ୟମରେ ସଂପୃକ୍ତ କର୍ମଚାରୀଙ୍କୁ ଜଣାଇଦିଆଯାଏ ।