କମେଣ୍ଟ ମାରିଲୁ, ଛେଚା ଖାଆ’ । ଶ୍ୱଶୁର ଘରକୁ ଆସି ମହିଳାଙ୍କୁ ମାରିଲେ କମେଣ୍ଟ, ରାସ୍ତା ମଝିରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା

27

କନକ ବ୍ୟୁରୋ : ପାନେ ପାଇଲା ରୋଡ୍ ରୋମିଓ । ରାସ୍ତା ମଝିରେ ମହିଳାଙ୍କୁ ଅଶାଳୀନ ଆଚରଣ କରି ଛେଚା ଖାଇଲେ ଦୁର୍ବୃତ । ଘଟଣାଟି ଘଟିଛି ବାରିପଦା ସହରର ଜୁବୁଲି ଲାଏବ୍ରୋରୀ ଅଂଚଳରେ । ନିଜ ଛୋଟ ଛୁଆକୁ ଧରି ରାସ୍ତାରେ ଏକୁଟିଆ ଫେରୁଥିବା ମହିଳାଙ୍କୁ ୪ ଜଣ ଯୁବକ ଆସି ପ୍ରଥମେ ଖରାପ ଭାଷାରେ ଅଶ୍ଲୀଳ ଇସାରା କରିଥିଲେ । ବେଶ କିଛି ସମୟ ଧରି ଏମାନଙ୍କ ଅଭଦ୍ର ବ୍ୟବହାର ସହ୍ୟ କରିଥିବା ମହିଳା, ଶେଷରେ ଦୁବୃର୍ତ ମାନଙ୍କୁ ଜବାବ ଦେବାକୁ ନିଷ୍ପତି ନେଇଥିଲେ । ୪ଜଣଙ୍କ ମଧ୍ୟରୁ ଜଣକୁ ଧରି ମହିଳା ଜଣଙ୍କ ଉତ୍ତମ ମଧ୍ୟମ ଦେବା ଆରମ୍ଭ କରିଥିଲେ । ଯୁବକ ଜଣଙ୍କୁ ଗୋଇଠା, ବିଧା, ଚାପୁଡା ମାରିବା ଆରମ୍ଭ କରିବା ମାତ୍ରେ ବାକି ୩ ଜଣ ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଥିଲେ ।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଯୁବକ ଜଣକ ବାଲେଶ୍ୱର ଜିଲ୍ଲାର । ବାରିପଦାର ଉପକଣ୍ଠରେ ଥିବା ଏକ ଗାଁରେ ସେ ବାହା ହୋଇଛନ୍ତି । ଏବଂ ଶ୍ୱଶୁର ଘରକୁ ଆସିଥିବା ବେଳେ ଏଭଳି କାଣ୍ଡ ଘଟଣାଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି ।