ରୋଡ୍ ରୋମିଓଙ୍କୁ ଛେଚିଲେ ଛାତ୍ରୀ : ଅଶ୍ଲୀଳ ଭାଷାରେ ଗାଳି କରିବା ପଡିଲା ମହଙ୍ଗା

30

କନକ ବ୍ୟୁରୋ : ମହଙ୍ଗା ପଡିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର । ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବାରୁ ମିଳିଲା ପାଟେଂଟ୍ ମେଡିସିନ୍ ଦେଲେ । ରାସ୍ତା ଉପରେ ରୋଡ ରୋମିଓଙ୍କୁ ନିର୍ଧୁମ ଛେଚିଲେ ଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତରପ୍ରଦେଶର ବରେଲି କସ୍ୱାରେ । ସୂଚନା ଅନୁସାରେ , ଛାତ୍ରୀ ଜଣଙ୍କ ସାଇକେଲରେ କଲେଜ ଯାଉଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ଅଟକାଇ ଟଣାଓଟରା କରିଥିଲେ । ଏହାସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ଆଉ ଏହାର ପ୍ରତିବାଦ କରିବାରୁ ସେ ଛାତ୍ରୀଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲା।

ତେବେ ଏହି ସମୟରେ ସ୍ଥାନୀୟ ଲୋକ ତାଙ୍କୁ ଚୋର ଭାବି କାବୁ କରି ନେଇଥିଲ । ଆଉ ତା ପରେ ଯୁବକ ଜଣଙ୍କୁ ରାସ୍ତାରେ ଆଣ୍ଠେଇ ଚପଲରେ ଛେଚିଲେ ଉକ୍ତ ଛାତ୍ରୀ । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଂଚି ଯୁବକ ଜଣଙ୍କୁ ଗିରଫ କରିଥିଲା । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦେଇଛି।