ଡ଼ରାଉଛି ତିତଲି ! ବାତ୍ୟା ଭୟରେ ୫ ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଆରମ୍ଭ ହେଲା ଅପରେସନ ।

42

କନକ ବୁରୋ: ଭୟଙ୍କର ବେଗରେ ଆସୁଛି ବାତ୍ୟା ‘ତିତଲି’ । ଏହାର ମୁକାବିଲା ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର । ତେବେ ଗୋପାଳପୁର ଠାରୁ ଆଉ ମାତ୍ର ୨୭୦ କିଲୋମିଟର ଦୂରତାରେ ରହିଛି ତିତଲି । ଏହାର ପ୍ରଭାବ ରାଜ୍ୟର ୫ଟି ଜିଲ୍ଲାକୁ ବେଶ ହେବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରିଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର ଏବଂ କେନ୍ଦ୍ରାପଡ଼ାରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କହିବା ମୁତାବକ ବିଗତ ଫାଇଲିନ୍ ବାତ୍ୟା ଠାରୁ ରାଜ୍ୟ ସରକାର ଜିରୋ କାଜୁଆଲଟୀ ବା ଶୂନ୍ୟ ଦୁର୍ଘଟଣା ପରିଚାଳନାକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏଜେଣ୍ଡାକୁ ବଜାୟ ରଖି ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ତେଣୁ ବିଗତ ଦିନରେ ଫାଇଲିନ୍ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ସେହିଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ସମସ୍ତ ସରକାରୀ କର୍ମଚାରୀ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

TITLIଯଦି ବାତ୍ୟାରେ କିଛି ବିଶେଷ କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାତ୍ୟା ତିତଲିର ବେଗକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଏବଂ ଅଙ୍ଗନୱାର୍ଡି କେନ୍ଦ୍ର ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।