ପୁଣି ହଟହଟା ହେଲେ ଇମ୍ରାନ୍ ସରକାର  : ପାକିସ୍ତାନକୁ ୟୁରୋପୀୟ ସଂଘ ପକ୍ଷରୁ ଝଟକା, ସୀମାପାର ଆତଙ୍କବାଦ ବନ୍ଦ ପାଇଁ ପାକକୁ ତାଗିଦ୍ 

1,117

କନକ ବ୍ୟୁରୋ : ଅନ୍ତଜାର୍ତୀୟ ମଂଚରେ ପୁଣି ଥରେ ହଟହଟା ହୋଇଛି ପାକିସ୍ତାନ । ଜାତିସଂଘରେ ମାତ୍ ଖାଇଥିବା ପାକିସ୍ତାନକୁ ଏଥର ଶକ୍ତ ଝଟକା ଦେଇଛି ୟୁରୋପୀୟ ୟୁନିୟନ୍ । ଦୀର୍ଘ ୧୧ ବର୍ଷ ପରେ ୟୁରୋପୀୟ ସଂଘରେ କାଶ୍ମୀର ପ୍ରସଙ୍ଗ ଉଠିଛି । ଘାଟିରେ ବର୍ତମାନ ସ୍ଥିତି ଓ କାଶ୍ମୀର ପ୍ରସଙ୍ଗ ଉପରେ ୟୁରୋପୀୟ ସଂଘ ସଂସଦରେ ଚର୍ଚ୍ଚା ହୋଇଛି । ଏହା ପୂର୍ବରୁ ୨୦୦୮ ମସିହାରେ ଏଠାରେ କାଶ୍ମୀର ପ୍ରସଙ୍ଗ ଉଠିଥିଲା । ତେବେ ଏଠାରେ ବି ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି । କାରଣ ୟୁରୋପୀୟ ସଂଘ କହିଛି ଦୁଇ ଦେଶ ସିଧାସଳଖ ଆଲୋଚନା କରନ୍ତୁ । 

ଏହାସହ ଜମ୍ମୁ ଓ କାଶ୍ମୀରକୁ ଆତଙ୍କବାଦୀ ଚନ୍ଦ୍ରରୁ ଆସିନାହାନ୍ତି, ପାକିସ୍ତାନ ପାଇଁ ଦେଖାଦେଇଛି ବୋଲି କିଛି ସଦସ୍ୟ ମତ ରଖିଛନ୍ତି  । ଯାହାକି ପାକିସ୍ତାନ ପାଇଁ ଏକ ଝଟକା ଭଳି ହୋଇଛି । କାଶ୍ମୀର ମାମଲାର ସମାଧାନ ପାଇଁ ଉଭୟ ଭାରତ ଓ ପାକିସ୍ତାନ ଦୁଇ ଦେଶ  ସିଧାସଳଖ ଆଲୋଚନା କରନ୍ତୁ ବୋଲି କହିଛି ୟୁରୋପୀୟ ସଂଘ । କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବାରମ୍ବାର ଆର୍ନ୍ତଜାତିୟ ମଂଚରେ କୌଣସି ତୃତୀୟ ପକ୍ଷକୁ ମଧ୍ୟସ୍ଥତା କରିବାକୁ ଅପିଲ କରୁଛି । ହେଲେ ପାକିସ୍ତାନର କଥା କେହି ଶୁଣୁନାହାନ୍ତି । ଏହାସହିତ ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଛେଦ ପୁରା ସାଂବିଧାନିକ ପ୍ରକ୍ରିୟାରେ ହୋଇଛି ବୋଲି କହିଛି ୟୁରୋପୀୟ ୟୁନିୟନ ।