ମାଲକାନଗିରିରେ କିନ୍ନରଙ୍କୁ ମାଡ ଘଟଣାର ତଦନ୍ତ ଆରମ୍ଭ : କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ କିନ୍ନର ସଂଘର ଦାବି

26

ମାଲକାନଗିରି : ମାଲକାନଗିରି କିନ୍ନରଙ୍କୁ ମାଡ ଘଟଣାରେ ତଦନ୍ତ ଆରମ୍ଭ । ଜିିଲ୍ଲାପାଳଙ୍କଠାରୁ ନିର୍ଦେଶ ପାଇ ମାଥିଲି ବିଡିଓ ଓ ଏବଂ ଥାନାଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡାଠାରେ ୮ମାସ ତଳେ ୨ଜଣ କିନ୍ନରଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିଲେ । ଏହି ମାଡ ମାରୁଥିବାର ଭିଡିଓ ସୋମବାର ଭାଇରାଲ ହୋଇଥିଲା । ଫୁଟେଜରେ ଜଣେ କିନ୍ନରଙ୍କୁ ୩ଜଣ ଯୁବକ ନିସ୍ତୁକ ମାଡ ମାରୁଥିବାର ଦେଖାଯାଇଛି । ମାଡ ମାରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ କିନ୍ନର ସଂଘ ଦାବି କରିଛି । ମାଥିଲି ହାଟରୁ ବସରେ ଫେରିବାବେଳେ ଟଙ୍କା ମାଗିବାରୁ ଯୁବକମାନେ ଉତକ୍ଷିପ୍ତ ହୋଇ ପିଟିଥିଲେ ବୋଲି ପ୍ରଥମିକ ତଦନ୍ତରୁ ଜଣାପଡିଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :