ବସ୍ତି ଉଚ୍ଛେଦ ପ୍ରତିବାଦରେ ତାତିଲେ କିନ୍ନର : ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ବିଏମସି ଗାଡି ଭଙ୍ଗାରୁଜା

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ତି ଉଚ୍ଛେଦ ବିରୋଧରେ ବିଏମସି ଓ କିନ୍ନର ମୁହାଁମୁହିଁ । ବିନା ନୋଟିସରେ ବସ୍ତି ଉଚ୍ଛେଦ ପାଇଁ ଆସିଥିବା ବିଏମସି ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ପାଖରେ ଥିବା କିନ୍ନର ବସ୍ତି ଉଚ୍ଛେଦ ପାଇଁ ହଠାତ୍ ପଂହଚିଥିଲେ ବିଏମସି ଅଧିକାରୀ । ଯାହାକୁ ଦେଖି ତାତି ଉଠିଥିଲେ କିନ୍ନରମାନେ। ବିଏମସି ଅଧିକାରୀଙ୍କ ଗାଡିକୁ କିନ୍ନରମାନେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସମୟ ଧରି କଳିଙ୍ଗ ଷ୍ଟୁଡିଓ ଛକରେ ଉତେଜନା ଦେଖାଦେଇଥିଲା । ପରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି କିନ୍ନରଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।