ରାମ୍ପ ସୋ’ରେ ଅପରାଜିତା

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୀବନ ଯୁଦ୍ଧରେ ହାରିନଥିବା ମହିଳାଙ୍କ ରାମ୍ପ ସୋ । କ୍ୟାନସର ଭଳି ମାରାତ୍ମକ ରୋଗକୁ ପଛରେ ପକାଇଥିବା ମହିଳାଙ୍କ ପାଇଁ ନିଆରା ସୋ । ଯେଉଁଥିରେ ସାମିଲ ହୋଇ ଫାଇଟ୍ ଏଗେଂଷ୍ଟ କ୍ୟାନସର ବାର୍ତା ଦେଇଛନ୍ତି ଏହି କ୍ୟାନସର ପୀଡିତା ମାନେ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କର ଚିକିତ୍ସା ଚାଲିଛି, ଆଉ କିଛି ଜଣଙ୍କର ଚିକିତ୍ସା ସରିଯାଇଛି । ଆଉ କିଛି ନିଜ ପରିବାରର ସଦସ୍ୟଙ୍କ ପାଇଁ ଚାଲୁଛନ୍ତି ଏହି ସୋ ରେ । କ୍ୟାନସର ପିଡିତଙ୍କୁ ସଚେତନ କରେଇବା ସହ ଫାଇଟ ଏଗେଂଷ୍ଟ କ୍ୟାନସର ଥିଲା ଏହି ସୋର ମୁଖ୍ୟ ଉଦେଶ୍ୟ । ଏହି ସମାରୋହରେ ସାମିଲ ହୋଇଥିଲେ ବଲିଉଡ୍ ଷ୍ଟାର ଶତୃଘ୍ନ ସିନ୍ହା ।