କ୍ରିକେଟ୍ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ ଜାରି: ଟିମ୍ ଇଣ୍ଡିଆର ବିଜୟ ପାଇଁ ଆଲ୍ଲାଙ୍କ ପାଖରେ ପାକ୍ ଅଧିନାୟକ ସର୍ଫରାଜଙ୍କ ମାମୁଙ୍କ ପ୍ରାର୍ଥନା

514

କନକ ବ୍ୟୁରୋ: ମାଂଚେଷ୍ଟର ମଇଦାନରେ ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମଧ୍ୟରେ ମହାଲଢେଇ । ତେବେ ମ୍ୟାଚ ଖେଳାଯିବା ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକଙ୍କ ମାମୁଙ୍କ ବୟାନ ସମସ୍ତଙ୍କୁ କରିଦେଇଛି ଚକିତ । ସେ ଉତରପ୍ରଦେଶର ଇଟାୱାରେ ରୁହନ୍ତି । ପାକିସ୍ତାନୀ କ୍ରିକେଟ ଟିମର କ୍ୟାପଟେନ ତଥା ସରଫରାଜଙ୍କ ମାମୁ ମହବୁବ ହସନ କହିଛନ୍ତି କି, ସେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବଡ ବିଜୟ ଚାହୁଁଛନ୍ତି ଆଉ ଏଥିପାଇଁ ସେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛନ୍ତି ।

ମହବୁବ ହସନ ହେଉଛନ୍ତି କୃଷି ଇଜିନିୟରିଂ କଲେଜରେ ଜଣେ ବରିଷ୍ଠ ସହାୟକ ଲିପିକ । ଯିଏକି ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ସରଫରାଜଙ୍କ ମାମୁଁ । ତେବେ ମହବୁବଙ୍କର ଭଉଣୀ ଅକିଲା ବାନୋଙ୍କ ବିବାହ ପାକିସ୍ତାନରେ ହୋଇଥିଲା । ଏବଂ ତାଙ୍କର ପାଂଚ ଜଣ ସନ୍ତାନଙ୍କ ମଧ୍ୟରେ ସରଫରାଜ ହେଉଛନ୍ତି ତୃତୀୟ ସନ୍ତାନ । ମହବୁବ ହସନ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଭାରତ ମୋର ଦେଶ ଏବଂ ମୋତେ ମୋର ଦେଶ ପ୍ରତି ପ୍ରଗାଢ ଭଲପାଇବା ରହିଛି । ତେଣୁ ବିଶ୍ୱରେ ପ୍ରତିଟି କୋଣ ଅନୁକୋଣରେ ଭାରତର ତ୍ରିରଙ୍ଗା ଉଡୁ, ଏହା ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା । ସେ କହିଛନ୍ତି, ମୁଁ ଚାହୁଛି ଭାରତ-ପାକିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚରେ ଭାରତ ବଡ ବିଜୟ ହାସଲ କରୁ । ମୋର ବିଶ୍ୱାସ ରହିଛି ବିଗତ ଦିନରେ ଖେଳାଯାଇଥିବା ମ୍ୟାଚଗୁଡିକରେ ଯେଭଳି ଭାରତ ବିଜୟର ସିଡି ଚଢି ଚଢି ଚାଲିଛି ଠିକ୍ ଏହି ମ୍ୟାଚନରେ ବି ଟିମ୍ ଇଣ୍ଡିଆ ନିଜ ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଦଳକୁ ଧୂଳି ଚଟାଇବାରେ ସକ୍ଷମ ହେବ ।

ସେପଟେ, ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା । ଭାରତର ବିଜୟ କାମନା କରି କର୍ଣ୍ଣାଟକର ହୁବୁଲିରେ ଥିବା ହଜରତ ଫତେ ଶାହ ଅଲ୍ଲି ଦରଗାହରେ ଚାଦର ଚଢାଇଛନ୍ତି ମୁସଲିମ ସମୁଦାୟର ଲୋକେ । ପାକିସ୍ତାନ ୧୦୦ ରନ ଭିତରେ ଅଲଆଉଟ ହେଉ ଓ ଭାରତ ଏକ ଐତିହାସିକ ବିଜୟ ଲାଭ କରୁବୋଲି ଆଲ୍ଲାଙ୍କ ପାଖରେ ସେମାନେ ପ୍ରାର୍ଥନା କରିଛନ୍ତି । ସେହିପରି ଗୁଜରାଟର ରାଜକୋଟ ସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରି ଟିମ୍ ଇଣ୍ଡିଆର ବିଜୟ କାମନା କରିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ମୁ୍ମ୍ବାଇର ଗଣେଶ ମନ୍ଦିରରେ ପୂଜାର୍ଚନା କରି ପାକିସ୍ତାନ ଟିମର ପରାଜୟ ଓ ଟିମ୍ ଇଣ୍ଡିଆର ବିଜୟ କାମନା କରିଛନ୍ତି ।