ଗିରଫ ହେଲା ଅଭିଯୁକ୍ତ । ସଚିନଙ୍କ ଝିଅକୁ କରୁଥିଲା ଫୋନ । ବାହା ନହେଲେ ଅପହରଣ କରିବା ପାଇଁ ଦେଇଥିଲା ଧମକ 

57

ସଚିନ ତେନ୍ଦୁଲକରଙ୍କ ଝିଅ ସାରାକୁ ଫୋନରେ ଧମକ ଦେଇଥିବା ଯୁବକକୁ ଗିରଫ କରିଛି ପୋଲିସ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସଚିନଙ୍କ ଝିଅକୁ  ଫୋନ କରି ଅପହରଣ କରିବା ପାଇଁ ଧମକ ଦେଇଥିଲା ଯୁବକ । ଅଭିଯୁକ୍ତ ଯୁବକ ଜଣକ ସଚିନଙ୍କ  ଝିଅକୁ ବିବାହ କରିବାକୁ ଚାହୁଁଥିଲେ ଏବଂ ଫୋନ କରି ପ୍ରପୋଜ କରିଥିଲେ । ପଶ୍ଚିମବଙ୍ଗଳାରେ ରହୁଥିବା ଏହି ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ଅଭିଯୁକ୍ତର ଘର ପୂର୍ବ ମେଦିନାପୁର ଜିଲ୍ଲାର ମହିସାଦାଲ ଅଂଚଳରେ । ଶନିବାର ରାତିରେ ମୁମ୍ବାଇ ପୋଲିସ ଯୁବକକୁ ଗିରଫ କରିବା ପରେ ହଳଦିଆ କୋର୍ଟରେ  ହାଜର କରିଥିଲା । କୋର୍ଟ ରିମାଣ୍ଡରେ ନେବା ପାଇଁ  ମୁମ୍ବାଇ ପୋଲିସକୁ ଅନୁମତି ଦେଇଥିଲା । ଅଭିଯୁକ୍ତ ଜଣକ କିପରି ସଚିନଙ୍କ ଘର ନମ୍ବର ଓ ସଚିନଙ୍କ ମୋବାଇଲ ନମ୍ବର ପାଇଲେ ସେ ନେଇ  ଖୋଳତାଡ ଆରମ୍ଭ କରିଛି ।

ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ବାରମ୍ବାର ବାରମ୍ବାର  ଫୋନ କରି  ସଚିନଙ୍କ  ଝିଅ ସାରାକୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ଜିଦ ଧରିଥିଲା । ଅଭିଯୁକ୍ତ ଦେବକୁମାର ମୈତି ଦୁଇ ମାସ ପୂର୍ବରୁ  ସଚିନଙ୍କ ଘରକୁ ଫୋନ କରିଥିଲା । ଶେଷଥର ପାଇଁ  ୨୦୧୮ ଜାନୁଆରୀ ୨ରେ ସଚିନଙ୍କ ଘରକୁ ଫୋନ କରିଥିଲା । ତା ସହ ସାରାଙ୍କୁ ଅପରହରଣ କରିନେବା ପାଇଁ ଧମକ ଦେବା ସହ ଅଶ୍ଳୀଳ ଭାଷା ମଧ୍ୟ କହିଥିଲେ ।

ସଚିନ ଏ ନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ମୁମ୍ବାଇ ପୋଲିସ ଟ୍ରାକ କରି ଅଭିଯୁକ୍ତ ଧରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତକୁ ଗିରଫ ପରେ ପରିବାର ପକ୍ଷରୁ ସଫେଇ ଦିଆଯାଇଛି । ସେ ମାନସିକ ବିକୃତ । ଗତ ୮ ବର୍ଷ ହେଲା  ସେ ଚିକିତ୍ସା ହେଉଥିବା ଅଭିଯୁକ୍ତର ପରିବାର ପକ୍ଷରୁ କୁହାଯାଇଛି ।