କାଲି ଆସିବ ଆଧାର ଉପରେ ବଡ ରାୟ ! ଜାଣନ୍ତୁ ଆପଣଙ୍କ ଉପରେ ଏହାର କଣ ରହିବ ପ୍ରଭାବ ।

58

ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହେବ କି ନାହିଁ ତାହା ଖୁବ ଶିଘ୍ର ସ୍ପଷ୍ଟ କରିବାକୁ ଯାଉଛି ସୁପ୍ରୀମ କୋର୍ଟ । ଆଧାର କାର୍ଡକୁ ନେଇ ଚାଲିଥିବା ଦ୍ୱନ୍ଦ ଉପରେ ଆସନ୍ତା କାଲି ହାଇକୋର୍ଟର ୫ ଜଣିଆ ଖଣ୍ଡପିଠ ଶୁଣାଣି ଜଣାଇବେ ।

ତେବେ ଆଧା କାର୍ଡ ନଥିବା ଲୋକମାନେ କୌଣସି ପ୍ରକାର ସୁବିଧା ପାଇବାରୁ ବଞ୍ଚିତ ହେବେନାହିଁ ବୋଲି କେନ୍ଦ୍ର ସୂଚାଇଦେଇଛି । ପୂର୍ବରୁ ଆଧାର ସୁରକ୍ଷା ଉଲଙ୍ଘନ ଅଭିଯୋଗ ଉପରେ କେନ୍ଦ୍ର କହିଛି କି, ଡାଟା ସମ୍ପୁର୍ଣ୍ଣ ଭାବେ ସୁରକ୍ଷିତ ରହିଛି ଏବଂ ଏହାକୁ ଉଲଙ୍ଘନ କରାଯାଇପାରିବ ନାହିଁ । କେନ୍ଦ୍ର ଏହା ମଧ୍ୟ କହିଛି, ଆଧାର ସମାଜରେ ଥିବା ଗରିବ ଏବଂ ଦିନମଜୁରିଆ ଲୋକଙ୍କୁ ରକ୍ଷା କରିଥାଏ ଏବଂ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ପ୍ରଦାନ କରିଥାଏ । କେବଳ ସେତିକି ନୁହେଁ ଆଧାର ସରକାରଙ୍କ ରାଜକୋଷରୁ ୫୫ ହଜାର କୋଟି ଟଙ୍କାକୁ ରକ୍ଷା କରିବାରେ ଏକ ବଡ ଭିମିକା ଗ୍ରହଣ କରିଛି ।

ସୂଚନା ଅନୁଯାୟୀ, ଆଧାରକୁ ନେଇ ଚାଲିଥିବା ମାମଲା ଉପରେ ଗତ ମେ ୧୦ ତାରିଖରେ ସୁପ୍ରିମ କୋର୍ଟର ସମ୍ବିଧାନ ଖଣ୍ଡପିଠରେ ଶୁଣାଣି ପୁରା ହୋଇଯାଇଥିଲା । ଏହି ଖଣ୍ଡପିଠ ସମସ୍ତ ପକ୍ଷରୁ ତଦନ୍ତ କରିବାପରେ ନିଷ୍ପତିକୁ ସୁରକ୍ଷିତ ରଖିଥିଲା । ଆସନ୍ତା କାଲି ହାଇକୋର୍ଟର ୫ଜଣିଆ ଜର୍ଜ ଖଣ୍ଡପିଠ ଆଧାର ଅନିର୍ବାର୍ଯ୍ୟତା ଉପରେ ଶୁଣାଣି ଦେବେ । ଆଧାର ଜନସାଧାରଣଙ୍କ ପାଇଁ ଅନିର୍ବାଜ୍ୟ ହେବ କି ନାହିଁ ତାହା ଆସନ୍ତା କାଲି ସ୍ପଷ୍ଟ କରାଯିବ । ତେବେ ନିଷ୍ପତି ନଆସିବା ଯାଏ ଜନସାଧାରଣ ସାମାଜିକ କଲ୍ୟାଣକାରୀ ଯୋଜନାକୁ ବାଦ ଦେଇ ବାକି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ହୋଇଥିବା ବିଭିନ୍ନ ପ୍ରକାର ଯୋଜନା ଉପରେ ଆଧାର କାର୍ଡ ଅନିର୍ବାଯ୍ୟ ଉପରେ ରୋକ ଲଗାଯାଇଛି । ଏଥିରେ ମୋବାଇଲ ସିମ ଏବଂ ବ୍ୟାଙ୍କ ଖାତା ମଧ୍ୟ ସାମିଲ ରହିଛି ।