ଇପିଏଫଓରେ ବଡ ପରିବର୍ତ୍ତନ ଆଣିବା ଯୋଜନାରେ ମୋଦି ସରକାର : ଏବେ ଏହି ଆଧାରରେ ନିର୍ଦ୍ଧାରିତ ହେବ ସୁଧ ଦର !

47

କେନ୍ଦ୍ର ସରକାର ଦେଶର ୫୦ କୋଟି କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସହିତ ଜଡିତ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ)ରେ ବଡ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛି । ଏହା ଅଧିନରେ ସରକାର ଇପିଏଫଓର ସମସ୍ତ କାର୍ଯ୍ୟକାରୀ କାମ ଷ୍ଟେଟ୍ ସୋଶିଆଲ ସିକ୍ୟୁରିଟି ବୋର୍ଡକୁ ଟ୍ରାନ୍ସଫର୍ କରିବାର ଯୋଜନା କରୁଛି । ଏବଂ ଇପିଏଫଓ ଫଣ୍ଡ ମ୍ୟାନେଜର ଭାବେ କାମ କରିବ । ଖବର ଅନୁସାରେ, ଇପିଏଫଓ ଫଣ୍ଡ ମ୍ୟାନେଜର ଭାବେ ଡିପୋଜିଟ୍ କୁ ବିଭିନ୍ନ ଉତ୍ସରେ ନିବେଶ ଓ ସେଥିରୁ ମିଳିବାକୁ ଥିବା ରିଟର୍ନ ଆଧାରରେ ପିଏଫର ବାର୍ଷିକ ସୁଧ ଦର ନିର୍ଦ୍ଧାରିତ କରିବ । ସରକାରଙ୍କ ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ଇପିଏଫଓର ଦଶକର ଅନୁଭବର ଫାଇଦା ଉଠାଇବା । ଏବେ ଦେଶରେ ଫଣ୍ଡ ମ୍ୟାନେଜର ଭାବେ, ଏସବିଆଇ, ଆଇସିଆଇସିଆଇ ସିକ୍ୟୁରିଟି, ରିଲାଏନ୍ସ କ୍ୟାପିଟାଲ, ଏଚଏସବିସି, ଏଏମସି ଓ ୟୁଟିଆଇ ଏଏମସି କାମ କରୁଛନ୍ତି ।

ଇପିଏଫଓ ମୁଖ୍ୟତଃ ସାମାଜିକ ସୁରକ୍ଷା ସହିତ ଜଡିତ ଫଣ୍ଡ କଲେକ୍ସନ୍ ଓ ତାହାର ବିତରଣ ଉପରେ ହିଁ ଫୋକସ୍ କରିବ । ଇପିଏଫଓ ସୁଧ ଦର ନିର୍ଦ୍ଧାରିତ କରିବ କିନ୍ତୁ ଏହା ରାଜ୍ୟ ଗୁଡିକ ଉପରେ ନିର୍ଭର କରିବ କି, ନିର୍ଦ୍ଧାରିତ ସୁଧ ଦର କର୍ମଚାରୀଙ୍କୁ ଦେବ ନା ନାହିଁ । ପ୍ୟାଟର୍ଣ୍ଣ ଅନୁସାରେ, ୧ ଏପ୍ରିଲ, ୨୦୧୫ରୁ ପିଏଫ୍ ର ୫୦% ଭାଗ ସରକାରୀ ନିରାପତ୍ତା, ୪୫% ଭାଗ ଋଣରେ ଓ ୧୫% ଭାଗ ଇକ୍ୱିଟିରେ ନିବେଶ କରାଯାଏ । ସରକାରୀ ନିରାପତ୍ତା ଓ କରଜ ବଣ୍ଡ ଉପରେ ବାର୍ଷିକ ୭% ରିଟର୍ନ ମିଳେ, ସେଇଠି ଇପିଏଫଓକୁ ୧୬% ପର୍ଯ୍ୟନ୍ତ ରିଟର୍ନ ମିଳେ । ନିକଟରେ ଏକ ପାଇଲଟ୍ ପ୍ରୋଜେକ୍ଟ ଅଧିନରେ ଏହି ଯୋଜନାକୁ କିଛି ଜିଲ୍ଲାରେ ଲାଗୁ କରି ଦିଆଯାଇଛି । ସଫଳତା ମିଳିବା ପରେ ଆସନ୍ତା କିଛି ବର୍ଷରେ ଏହାକୁ ପୁରା ଦେଶରେ ଲାଗୁ କରିଦିଆଯିବ ।