ଉମଙ୍ଗ ଆପ୍ ଜରିଆରେ ଦେଖିପାରିବେ ପେନସନ୍ ପାସବୁକ୍ ! ଇପିଏଫଓ ଉପଲବ୍ଧ କଲା ନୂଆ ସୁବିଧା, ଜାଣନ୍ତୁ କିପରି ହେବେ ଉପକୃତ

47

ପେନସନ ପାଇଁ ଇପିଏଫଓ ନୂଆ ସୁବିଧା ଆରମ୍ଭ କରିଛି । ଏହି ସୁବିଧା ଅନୁସାରେ ଯେଉଁ ପେନସନଭୋଗୀମାନେ ୱେସାଇଟରେ ପାସବୁକ ଦେଖିବା ପାଇଁ ଅସୁବିଧା ଭୋଗୁଛନ୍ତି, ଏବେ ସେମାନଙ୍କୁ ଆଇ ଅସୁବିଧା ହେବ ନାହିଁ । ଏବେ ଆପଣ ଉମଙ୍ଗ ଆପ୍ ଜରିଆରେ ପାସବୁକ ଦେଖିପାରିବେ । ଏପରି ହେବା ଦ୍ୱାରା ଇପିଏଫଓଳୁ ପାଖାପାଖି ୬୦ ଲକ୍ଷ ପେନସନ ପାଉଥିବା ଲୋକଙ୍କୁ ଲାଭ ମିଳିବ ।

ଇପିଏଫଓ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏଥିପାଇଁ ଆପଣଙ୍କୁ ଉମଙ୍ଗ ଆପ୍ ଡାଇନଲୋଡ଼୍ କରିବା ପାଇଁ ପଡ଼ିବ । ଆପ ଡାଉନଲୋଡ଼ କରିବା ପରେ ଭିଓ ପାସବୁକରେ କ୍ଲିକ କରିବା ପାଇଁ ପଡ଼ିବ । ଏହା ବ୍ୟତୀତ ପାସବୁକ୍ ଦେଖିବା ପାଇଁ ଆପଣଙ୍କୁ ପିପିଓ ନମ୍ବର ଓ ଜନ୍ମ ତାରିଖ ମନେ ରଖିବା ପାଇଁ ପଡ଼ିବ । ଏହି ତଥ୍ୟ ଗୁଡ଼ଏକ ସଠିକ ଭାବରେ ପୂରଣ କରିବା ପରେ ଆପଣଙ୍କୁ ଇପିଏଫଓରେ ରେଜିଷ୍ଟ୍ରେଡ଼୍ ଥିବା ମୋବାଇଲକୁ ଏକ ଓଟିପି ନମ୍ବର ଆସିବ । ଏହାପରେ ଓଟିପି ଦେବାପରେ ଆପଣଙ୍କୁ ପୁରା ତଥ୍ୟ ଖୋଲିଯିବ ।

ପେନସନ ପାଉଥିବା ବ୍ୟକ୍ତିମାନେ ପାସବୁକରେ ସମସ୍ତ ଡିଟେଲ ଦେଖାଯିବ । ଏଥିରେ ଉପଭୋକ୍ତାଙ୍କ ନାମ, ଜନ୍ମତାରିଖ, ଶେଷ ପେସନର ତଥ୍ୟ ଖୁବ ସହଜରେ ଦେଖଯିବ । ଏହା ବ୍ୟତୀତ ଉମଙ୍ଗ ଆପ ଜରିଆରେ ଏହି ସୁବିଧା ମିଳିବ, ଯାହା ଅପାଣଙ୍କୁ ବର୍ଷସାରାର ସମ୍ପୂର୍ଣ୍ଣ ଡିଟେଲ ଡାଉନଲୋଡ଼ କରିପାରିବେ । ଇପିଏଓ ତରଫରୁ ଉମଙ୍ଗ ଆପ ଜରିଆରେ ପୂର୍ବରୁ ହିଁ ଅନେକ ସୁବିଧା ଉପଲବ୍ଧ ରହିଛି । ଏଥିରେ ଇମ୍ଲୋସି ଷ୍ଟାଟିକ ସର୍ଭିସ ଜରିଆରେ ଇପିଏଫ୍ ପାସବୁକ୍, କ୍ଲେମ କରିବା ବ୍ୟତୀତ ଏଷ୍ଟାବ୍ଲିସମେଂଟ ଆଇଡ଼ି ଜରିଆରେ ପିଏଫ୍ ଆକାଉଂଟରେ ଟଙ୍କାର ସମସ୍ତ ବିବରଣୀ ସହ ଟିଆରଆରଏନର ସୁବିଧା ସାମିଲ ରହିଛି ।