କମିବ ପିଏଫ ଆକାଉଂଟଧାରୀଙ୍କ ସୁଧହାର! ପ୍ରଭାବିତ ହେବେ ୫କୋଟି ଲୋକ

29

କନକ ବ୍ୟୁରୋ : ପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃଖ ଖବର । ଚଳିତ ଆର୍ଥିକ ବର୍ଷରୁ ପିଏଫ ଆକାଉଂଟଧାରୀଙ୍କ ଜମା ରାଶିଉପରେ ସୁଧାହାର କମିପାରେ । ନଭେମ୍ବରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନର ବୈଠକ ବସିବ । ଏହି ବୈଠକରେ ଚଳିତ ଆର୍ଥିକ ବର୍ଷର ପିଏଫରେ ଜମା ରାଶି ଉପରେ ସୁଧ ହାର ସମ୍ପର୍କିତ ନିଷ୍ପତ୍ତି ନିଆଯିବ ।

କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସିବିିଟି ଜମା ରାଶି ଉପରେ ସୁଧପ୍ରଦାନ ସମ୍ପର୍କିତ ନିଷ୍ପତ୍ତି ନେବେ । କର୍ମଚାରୀ ଭବିଷ୍ୟନିଧି ସଂଗଠନର ବା ଇପିଏଫଓରେ, ସମସ୍ତ ନିଷ୍ପତ୍ତି ନେବାର କ୍ଷମତା ସିବିଟିର ରହିଛି । ବର୍ତମାନ ଇପିଏଫଓର ୫କୋଟି ସଦସ୍ୟ ଅଛନ୍ତି ।

ଇକୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ନଭେମ୍ବର ୨୩ରେ ହେବାକୁ ଥିବା ବୈଠକରେ ଫିସକାଲ ବର୍ଷ ୨୦୧୭-୧୮ ପାଇଁ ସୁଧାହାର ସମ୍ପର୍କିତ ନିଷ୍ପତ୍ତି ନିଆଯିବ । ସୁଧାହାର ୮.୫ ପ୍ରତିଶତକୁ ଖସିପାରେ । ୨୦୧୬-୧୭ ଆର୍ଥିକ ବର୍ଷରେ ସିବିଟି ଜମାରାଶି ଉପରେ ସୁଧହାର ୮.୬୫ ପ୍ରତିଶତକୁ କମାଇଥିଲା । ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ଜମାରାଶି ଉପରେ ସୁଧହାର ଥିଲା ୮.୮ ପ୍ରତିଶତ ।