ବଢ଼ିଲା ଇପିଏଫ ସୁଧ ହାର । ୨୦୧୮-୧୯ ବର୍ଷ ପାଇଁ ବୃଦ୍ଧି ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି, ଉପକୃତ ହେବେ ଦେଶର ୬ କୋଟି କର୍ମଚାରୀ ।

198

କନକ ବ୍ୟୁରୋ: ବଢ଼ିଲା ଇପିଏଫ ସୁଧ ହାର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସୁଧହାର  ବଢ଼ିଲା । ସୂଚନା ମୁତାବକ ୨୦୧୮-୧୯ ବର୍ଷ ପାଇଁ ସୁଧ ହାର ୮.୫୫% ରୁ ୮.୬୫%କୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ସୂଚନା ମିଳିଛି । ଏନେଇ କେନ୍ଦ୍ର ଶ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବା (ସିବିଟି) ବୈଠକରେ ନିଷ୍ପତି ହୋଇଛି ।

ପୂର୍ବରୁ ୨୦୧୭-୧୮ ବର୍ଷ ପାଇଁ ୮.୫୫% ଇପିଏଫ ସୁଧ ହାର ଥିବାବେଳେ ଏହାକୁ ୦.୧୦% ବୃଦ୍ଧି କରି ୮.୬୫% କୁ  ବୃଦ୍ଧି କରାଯାଇଥିବା ନିଷ୍ପତି ନିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏହାକୁ ମଞ୍ଜୁର କରିଛନ୍ତି ଯାହାଦ୍ୱାରା ଏହି ବର୍ଦ୍ଧିତ ଇପିଏଫ ସୁଧ ହାର ଲାଗୁ କରାଯାଇଛି । ଯାହାକି ଇପିଏଫଓରେ ଜଡ଼ିତ ଥିବା କର୍ମଚାରୀଙ୍କ  ଖାତାକୁ ସିଧାସଳଖ ପହଁଚିବ ବୋଲି ବୈଠକରେ ନିଷ୍ପତି ହୋଇଛି ।