କମିଲା ଇପିଏଫ୍ ସୁଧ ! କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିବିଟି ବୈଠକରେ ନିଷ୍ପତି

20

କନକ ବ୍ୟୁରୋ : ସୁଧ ହାର କମାଇଲା କର୍ମଚାରୀ ଭବିଷ୍ୟନିଧି ପାଂଠି । ସୁଧହାର ୦.୧୫ ପ୍ରତିଶତ କମାଇ ଦିଆଯାଇଛି । ଫଳରେ ୮.୮ ପ୍ରତିଶତ ଥିବା ସୁଧହାର ୮.୬୫ ପ୍ରତିଶତକୁ ଖସିଆସିଛି । ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଏହି ନୂଆ ସୁଧହାର ଲାଗୁ ହେବ । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସେଂଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ- ସିବିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି ।

କୁହାଯାଉଛି ବିମୁଦ୍ରାକରଣ ଘୋଷଣା ପରେ ସୁଧହାର କମାଇ ଦେଇଛି ଇପିଏଫଓ । ଆରବିଆଇ ବ୍ୟାଙ୍କଗୁଡିକୁ ଦେଉଥିବା ଋଣ ପରିମାଣ ଓ ବ୍ୟାଙ୍କଗୁଡିକ ଜମାରାଶି ଉପରେ ସୁଧ କମାଇ ଦେଇଥିବାରୁ ଇପିଏଫଓ ସୁଧହାର କମାଇଥିବା ଜଣାପଡିଛି । ବର୍ତମାନର ସୁଧହାର, ଅର୍ଥାତ ୮.୮ ପ୍ରତିସତ ହାରରେ ସୁଧ ପ୍ରଦାନ କଲେ ମୋଟ ୩ଶହ ୩୮ କୋଟି ଟଙ୍କାର କ୍ଷତି ହୋଇଥାନ୍ତା । ସେଥିଲାଗି ସୁଧହାର କମାଇବାକୁ ବାଧ୍ୟ ହୋଇଛନ୍ତି କର୍ମଚାରୀ ଭବିଷ୍ୟନିଧି ପାଂଠି ।