ଆବର୍ଜନା ମୁକ୍ତ ହେବ ଦେଶ ! ବାହାରିଲା ପ୍ଲାଷ୍ଟିକକୁ ନଷ୍ଟ କରିବାର ଉପାୟ ।

113

ପରିବେଶକୁ ଦୂଷିତ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ପ୍ଲାଷ୍ଟିକ । ପ୍ରତିଦିନ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ଦେଶରେ ଗଦା ହେଉଛି । କେବଳ ଆମ ଦେଶ ଭାରତ ନୁହେଁ ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି । ପ୍ଲାଷ୍ଟିକ ଆବର୍ଜନା ଧିରେ ଧିରେ ବୃଦ୍ଧି ହେଉଥିବା ବେଳେ ଏହାର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡୁଛି । ତେବେ ପ୍ଲାଷ୍ଟିକ ଆବର୍ଜନାରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକ ମାନେ ଲଗାତାର ଚେଷ୍ଟା ଚଳାଇଛନ୍ତି । ବ୍ରିଟିଶର ବୈଜ୍ଞାନିକ ମାନେ ଏପରି ଏକ ଏନଜାଇମର ଉତ୍ପତି କରିଛନ୍ତି, ଯାହା ପ୍ଲାଷ୍ଟିକରେ ଥିବା ରାସାୟନିକ ପଦାର୍ଥକୁ ନଷ୍ଟ କରି ପରିବେଶକୁ ଦୂଷିତ ହେବାରେ ରକ୍ଷା କରିବ ।

ସୂଚନା ଅନୁଯାୟୀ, ଭାରତ, ଚୀନ, ଇଣ୍ଡୋନେସିୟା, ଭିଏତନାମା ଏବଂ ଶ୍ରୀଲଙ୍କା ଆଦି ଦେଶ ପରିବେଶକୁ ଦୂଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଭାରତରେ ବର୍ଷକୁ ପ୍ରାୟ ୫୬ ଲକ୍ଷ ଟନ ପ୍ଲାଷ୍ଟିକ ଆବର୍ଜନା ଜାତ ହେଉଛି । ସେହିଭଳି ବ୍ରିଟେନ ୩୦ ଆରବ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଫୋପାଡି ଦେଉଥିବା ବେଳେ ଏଥିରୁ ମାତ୍ର ୫୭ ପ୍ରତିଶତ ପୂନଃ ବ୍ୟବହାର ଉପଯୋଗୀ ହୋଇପାରୁଛି । କେବଳ ସେତିକି ନୁହେଁ ଚୀନ ମଧ୍ୟ ପ୍ରତିବର୍ଷ ପ୍ରାୟ ୨୪ ଲକ୍ଷ ଟନ ଆବର୍ଜନା ସମୁଦ୍ରକୁ ଫୋପାଡି ଦେଉଛି । ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ମାନଙ୍କ ସଂଖ୍ୟା ଠାରୁ ପ୍ଲାଷ୍ଟିକ ସଂଖ୍ୟା ଅଧିକ ହୋଇଯିବ ।

enzyme-which-will-help-in-reducing-plastic-waste

ବ୍ରିଟେନର ୟୁନିଭରସିଟି ଅଫ୍ ପୋର୍ଟସମାଉଥ ଏବଂ ଆମେରିକାର ଏନର୍ଜୀ ଲାବ୍ରୋଟାରୀର ବିଶେଷଜ୍ଞ ମାନେ ପେଟେଜ ନାମକ ଏକ ଏନଜାଇମ ବିକଶିତ କରିଛନ୍ତି । ବିଶେଷଜ୍ଞ ମାନେ ଜାପାନର ଏକ ରିସାଇକ୍ଲିଙ୍ଗ ସେଣ୍ଟରରେ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ରିସର୍ଚ୍ଚ କରୁଥିବା ବେଳେ ଦୁର୍ଘଟଣା ବସତଃ ଏହି ଏନଜାଇମର ଉତ୍ପତି ହୋଇଥିଲା । ବୈଜ୍ଞାନିକ ମାନେ ଏହି ଏନଜାଇମ ଉପରେ ଅଧିକ ବିଶ୍ଲେଷଣ କରି ପେଟେଜକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାରେ ସକ୍ଷମ ହୋଇ ପାରିଛନ୍ତି । ଯାହା ଫଳରେ ପ୍ଲାଷ୍ଟିକକୁ ରିସାଇକ୍ଲିଙ୍ଗ କରି ଦେଶରେ ଜମା ହେଉଥିବା ଆବର୍ଜନାକୁ ବଢିବାରେ ରୋକାଯାଇ ପାରିବ ।