ହୃଦଘାତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅନୀଲ ମାଧବ ଦଭେଙ୍କ ଦେହାନ୍ତ !

36

କନକ ବ୍ୟୁରୋ : ହୃଦଘାତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦେହାନ୍ତ । ୬୧ବର୍ଷ ବୟସରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅନିଲ ମାଧବ ଦଭେଙ୍କ ପରଲୋକ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ଗତକାଲି ସଂଧ୍ୟା ସୁଦ୍ଧା ସେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ୨୦୧୬ ଜୁଲାଇ ୬ତାରିଖରେ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିଲେ ଅନିଲ ମାଧବ ଦଭେ । ନର୍ମଦା ନଦୀ ସଂରକ୍ଷଣରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ମଧ୍ୟ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।