କୋଣାର୍କ ସୂର୍ଯ୍ୟମନ୍ଦିରରେ ବଢିଲା ପ୍ରବେଶ ଶୁଳ୍କ: ୩୦ ଟଙ୍କାରୁ ବଢି ହେଲା ୪୦ ଟଙ୍କା, ବିଦେଶୀ ଦେବେ ୩ ଶହ ବଦଳରେ ୪ ଶହ ଟଙ୍କା

44

କନକ ବ୍ୟୁରୋ: କୋଣାର୍କ ମନ୍ଦିରରେ ବଢିଲା ପ୍ରବେଶ ଶୁଳ୍କ । ୩୦ ଟଙ୍କାରୁ ବଢି ହେଲା ୪୦ ଟଙ୍କା । କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ପାଇଁ ଟିକେଟର ମୂଲ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏଥିପାଇଁ ୩୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏହାକୁ ବୃ୍ଦ୍ଧି କରି ୪୦ ଟଙ୍କା କରାଯାଇଛି । ଏହା ସହ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୩ ଶହ ଟଙ୍କାରୁ ବଢି ୪ ଶହ ଟଙ୍କା କରାଯାଇଛି ।

ଏଏସଆଇ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ତେବେ ପ୍ରବେଶ ଶୁଳ୍କ ବୃଦ୍ଧି ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ନେଇ କୋଣାର୍କ ସୂର୍ଯ୍ୟମନ୍ଦିର ଟିକେଟ୍ କାଉଂଟର ନିକଟରେ କିଛି ପର୍ଯ୍ୟଟକ ବିରୋଧ କରୁଥିବାର ଦେଖିବାକୁ ମିଳିଛି ।