ଫେସବୁକ-ୟୁଟ୍ୟୁବ ମାଧ୍ୟମରେ କିପରି କରିପାରିବେ ରୋଜଗାର ? ପ୍ରଶିକ୍ଷଣ ଦେଉଛନ୍ତି ସରକାର

40

ଆଜିକାଲି ସମସ୍ତେ ସୋସିଆଲ ମିଡ଼ିଆ ବ୍ୟବହାରରେ ଅଭ୍ୟସ୍ତ । ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ଆଉ ସମସ୍ତେ ବ୍ୟବହାର କରୁଛନ୍ତି ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ, ସ୍କାଇପ୍ ଇତ୍ୟାଦି ଇତ୍ୟାଦି । ଦେଶର କୋଟି କୋଟି ଲୋକେ ଏବେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି । ତେବେ କେନ୍ଦ୍ର ସରକାର ଏନେଇ ଦାବି କରିଛନ୍ତି ୨୦୧୮-୧୯ ରେ ସୋସିଆଲ ମିଡ଼ିଆ ମାର୍କେଟିଂ ବିଷୟରେ ତଥ୍ୟ ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ସୋସିଆଲ ମିଡ଼ିଆ ମାର୍କେଟିଂ ବିଷୟରେ କିଛି ଶିଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଅଛି ଏହି ଏକ ମାସର ସୁଯୋଗ ।

ଏକ ସର୍ବେକ୍ଷଣ ଅନୁସାରେ ୯୩ ପ୍ରତିଶତ ଛୋଟ ଓ ମଧ୍ୟମ ବ୍ୟବସାୟୀ ଚାକିରି ଦେବା ସମୟରେ ଆଶାମୀ ପ୍ରାର୍ଥୀମାନେ ଡିଜିଟାଲ ମାର୍କେଟିଂରେ ଦକ୍ଷ ହେବା ଦରକାର ବୋଲି ଚାହାନ୍ତି । ୮୯ ପ୍ରତିଶତ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଆଜିକା ସମୟରେ ଡିଜିଟାଲ ନେଣଦେଣ ବିଷୟରେ ଜାଣିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଅନ୍ୟପଟେ ୮୧ ପ୍ରତିଶତ ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ଅନୁସାରେ ଫେସବୁକ କାରଣରୁ ତାଙ୍କ ବିକ୍ରି ବୃଦ୍ଧି ପାଇଛି । ଏହା ବ୍ୟତୀତ ୮୬ ପ୍ରତିଶତ ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟ କହିଛନ୍ତି, ଫେସବୁକ ତାଙ୍କୁ ଉତ୍ପା. ସେବା ଓ ଅନ୍ୟ ସହରରେ ବିକ୍ରି କରିବାର ସୁଯୋଗ ଦେଉଛି ।

ଜାଣନ୍ତୁ କେବେ ଅଛି ପ୍ରଶିକ୍ଷଣ ?

ସରକାରଙ୍କ ସ୍କିଲ ଡେଭଲୋପମେଂଟ ପ୍ରୋଗ୍ରାମ ଅନୁସାରେ ପ୍ରଶିକ୍ଷଣର ଦାୟିତ୍ୱ ଦ ନ୍ୟାସନ୍ୟାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଏଣ୍ଟରପ୍ରିନରସିପ୍ ଆଣ୍ଡ ସ୍ମଲ ବିଜିନେସ୍ ଡ଼େଭଲୋପମେଂଟକୁ ଦିଆଯାଇଛି । ତେବେ ଏହି କାର୍ଯ୍ୟକ୍ରମ ୨୬ ଓ ୨୭ ମେରୁ ଆୟୋଜନ କରାଯାଉଛି । ଏଥିପାଇଁ ଫିସ୍ ଅଛି ୬୦୦୦ ଟଙ୍କା । ଏଥିରେ ଷ୍ଟଡ଼ି ମ୍ୟାଟେରଆଲ, ଚା’ ଓ ଖାଇବା ମଧ୍ୟ ସାମିଲ ଅଛି ।

ଏହି ପ୍ରୋଗ୍ରାମ ଅନୁସାରେ ସୋସିଆଲ ମିଡ଼ିଆ ମାର୍କେଟିଂରୁ ଆୟ କରିବା, ସୋସିଆଲ ମିଡ଼ିଆ ବ୍ୟବହାର କରି ନିଜର ବ୍ୟବସାୟ ଆରମ୍ଭ କରିବା, ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିବା, ୟୁଟ୍ୟୁବ ମାଧ୍ୟମରେ ରୋଜଗାର କରବା, ଫେସବୁକ ଓ ଗୁଗଲ ମାଧ୍ୟମରେ ରୋଜଗାର କରିବା ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସାହାଯ୍ୟରେ ରୋଜଗାର କରିବା ବିଷୟରେ ତଥ୍ୟ ପ୍ରଦାନ କରାଯିବ ।