ବିବାଦରେ ବେବି ଡଲ୍ ! ସନି ଲିଓନଙ୍କ ନବରାତ୍ରି କଣ୍ଡୋମ ବିଜ୍ଞାପନକୁ ନେଇ ଗୁଜରାଟରେ ଉତ୍ତେଜନା

43

ବିବାଦରେ ବେବି ଡଲ୍ । ତେବେ ଏହା କୌଣସି ମାଲୁଲି ଅଭିଯୋଗ ନୁହେଁ ବରଂ ସନିଙ୍କ ନାଁରେ ଆସିଛି ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବାର ଅଭିଯୋଗ । ଆଉ ଯେଉଁଥିପାଇଁ ସନି ଲିଓନି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ ।

ସୂଚନା ମୁତାବକ, ନବରାତ୍ରି ମହୋତ୍ସବ ପାଇଁ ଗୁଜୁରାଟରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସନି ଲିଓନଙ୍କ ଅଶ୍ଳୀଳ ଫଟୋ ସହ କଣ୍ଡୋମ ହୋର୍ଡିଂ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଏବଂ ଏହି ବିଜ୍ଞାପନରେ ମେନଫୋର୍ସ ତରଫରୁ ନବରାତ୍ରିର ଶୁଭକାମନା ଥିବା ସହିତ ସ୍ଲୋଗାନ ଲେଖାଯାଇଛି -‘ ଏହି ନବରାତ୍ରିରେ ମଜା ନିଅନ୍ତୁ, କିନ୍ତୁ ପ୍ରେମରେ । ଯାହାକୁ ନେଇ ଗୁଜୁରାଟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଖାଲି ସେତିକି ନୁହେଁ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଏଭଳି ବିଜ୍ଞାପନକୁ ବିରୋଧ କରିଛନ୍ତି ଏବଂ ନବରାତ୍ରିକୁ ଯୋଡ଼ି ଏଭଳି ଅଶ୍ଳୀଳ ବିଜ୍ଞାପନ ଗ୍ରହଣୀୟ ନୁହେଁ ବୋଲି ସେମାନେ ପ୍ରତିବାଦ କରିଛନ୍ତି । ଏହାକୁ ବିରୋଧ କରି କେତେକ ସଂଗଠନ ରାସ୍ତାକୁ ଓହ୍ଲାଇବା ପରେ ଏହି ବିଜ୍ଞାପନ ହୋର୍ଡିଂକୁ ହଠାଇବା ପାଇଁ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କେନ୍ଦ୍ରୀୟ ମନ୍ତ୍ରୀ ରାମ ବିଲାସ ପାଶଓ୍ୱାନଙ୍କୁ ଏନେଇ ଅଭିଯୋଗ କରାଯାଇ ଚିଠି ମଧ୍ୟ ଲେଖାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ସନି ଲିଓନ ହେଉଛନ୍ତି ମେନଫୋର୍ସର ବ୍ରାଣ୍ଡ ଆମ୍ୱାସେଡ଼ର । ସେ ଯୁବକ ମାନଙ୍କୁ ଏହାର ବ୍ୟବହାର କରିବାକୁ ପ୍ରୋତ୍ସାହନ କରିଥାନ୍ତି । ମାତ୍ର ରାସ୍ତାରେ ଏହି ବିଜ୍ଞାପନ ଲାଗିବା ମାର୍କେଟିଂର ଖରାପ ଚିନ୍ତାଧାରା ବୋଲି ଅଭିଯୋଗରେ ଦର୍ଶାଯାଇଛି ।