ଜଣେ ମାମୁଲି ମଡେଲରରୁ ବଲିଉଡ ଷ୍ଟାର କେମିତି ବନିଲେ ଦୀପିକା ! ଫରାହ କଲେ ଖୁଲାସା, କହିଲେ ସଲମାନଙ୍କ ଭାଉଜଙ୍କ ପାଇଁ ଏହା ହୋଇପାରିଛି ସମ୍ଭବ

55

ବଲିଉଡ ଜଗତର ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ । ଯାହାଙ୍କ ସହ ବଲିଉଡର ପ୍ରତ୍ୟେକ ନାୟକ ଏବଂ ନିର୍ଦ୍ଦେଶକ କରିବାକୁ ଚାହାଁନ୍ତି ସିନେମା । ୨୦୦୭ରେ ସିନେମା ‘ଓମ୍ ଶାନ୍ତି ଓମ୍’ ଜରିଆରେ ସିନେ ଜଗତରେ ପାଦ ରଖିଥିବା ଅଭିନେତ୍ରୀ ଦୀପିକା ଏବେ ବନିଯାଇଛନ୍ତି ଷ୍ଟାର । ତେବେ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଦୀପିକା ଜଣେ ମଡେଲର ଥିଲେ ।

କୁହାଯାଏ, ଫରାହ ଖାନ କାଳେ ଦୀପିକାଙ୍କୁ ନିଜ ସିନେମା ପାଇଁ ଚୟନ କରିଥିଲେ ଆଉ ଯେତେବେଳେ କିଙ୍ଗ୍ ଖାନଙ୍କ ସହ ଦୀପିକାଙ୍କର ସିନେମା ଆସିଥିଲା ସେତେବେଳେ ସେ ଷ୍ଟାର ବନିଯାଇଥିଲେ । ହେଲେ ବାସ୍ତବରେ ‘ଓମ୍ ଶାନ୍ତି ଓମ୍’ ର ନାୟିକା ପାଇଁ ଦୀପିକାଙ୍କୁ ଫରାହ ଖାନ ଚୟନ କରିନଥିଲେ ବରଂ ଅନ୍ୟ କେହି ଦୀପିକାଙ୍କ ଲାଗି ଫରାହଙ୍କ ନିକଟରେ ସୁପାରିଶ୍ କରିଥିଲେ । ତେବେ ସେହି ବ୍ୟକ୍ତିବିଶେଷ ଜଣକ କିଏ ହୋଇଥିବେ ସେ ସଂପର୍କରେ ଜାଣିବା ପାଇଁ ପଢନ୍ତୁ ଏହି ଖବର ।

ସୂଚନା ମୁତାବକ, ନିକଟରେ ଫରାହ ଖାନ୍ ଏକ ସାକ୍ଷାତକାରରେ ଖୁଲାସା କରି କହିଛନ୍ତି କି, ସେ ନିଜ ସିନେମା ତଥା ଓମ୍ ଶାନ୍ତି ଓମର ନାୟିକା ପାଇଁ ଦୀପିକାଙ୍କୁ ଚୟନ କରିନଥିଲେ ବରଂ ଅନ୍ୟ କେହି ତାଙ୍କ ପାଇଁ ସୁପାରିଶ କରିଥିଲେ । ଫରାହଙ୍କ କହିବା କଥା ଥିଲାକି, ଯେତେବେଳେ ସେ ‘ଓମ୍ ଶାନ୍ତି ଓମ୍’ ସିନେମାର ନାୟିକା ପାଇଁ ଏକ ନୂଆ ଚେହେରାର ସନ୍ଧାନରେ ଥିଲେ ଠିକ୍ ଏହି ସମୟରେ ସେ ଏନେଇ ତାଙ୍କ ଘନିଷ୍ଠ ବାନ୍ଧବୀ ମଲାଇକା ଆରୋରାଙ୍କ ସହ ଆଲୋଚନା କରିଥିଲେ ଏବଂ ସିନେମା ପାଇଁ ନୁଆ ମୁହଁ ଖୋଜିବାକୁ କହିଥିଲେ ।

ଏହାପରେ ମଲାଇକା ତାଙ୍କର ଜଣେ ବନ୍ଧୁଙ୍କ ସହ ଏନେଇ କଥାବାର୍ତ୍ତା ହୋଇଥିଲେ ଏବଂ ସେ ମଲାଇକାଙ୍କୁ ଦୀପିକାଙ୍କ ସଂପର୍କରେ କହିଥିଲେ ଆଉ ମଲାଇକା ହିଁ ଫରାହଙ୍କୁ ଦୀପିକାଙ୍କ ନାଁ ସଜେଷ୍ଟ କରିଥିଲେ । ତେବେ ମଲାଇକାଙ୍କ କହିବା କଥାରେ ହିଁ ଫରାହ ଦୀପିକାଙ୍କୁ ନିଜ ସିନେମାରେ ସ୍ଥାନ ଦେଇଥିଲେ । ତେଣୁ ଯଦି ସଲମାନଙ୍କ ଭାଉଜ ତଥା ମଲାଇକା ନଥାନ୍ତେ ତେବେ ଆଜିକା ଦିନରେ ଦୀପିକା କେବେ ଷ୍ଟାର ହୋଇପାରିନଥାନ୍ତେ ।

ସୌଜନ୍ୟ: ଅମର ଉଜାଲା